Categories: ଫୁରସତ

ମାଛର ମୂଲ୍ୟ ୩ ଲକ୍ଷ ଟଙ୍କା; ମାଲାମାଲ୍‌ ହେଲେ ମହିଳା

କୋଲକାତା, ୩୦।୯: ପଶ୍ଚିମବଙ୍ଗର ଜଣେ ମହିଳା ରାତାରାତି ଧନୀ ପାଲଟିଯାଇଛନ୍ତି। ଯାହାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ ଏହି ମହିଳାଜଣଙ୍କ ଏକ ବିଶାଳକାୟ ମାଛ ଧରିଥିଲେ। ଯାହାର ମୂଲ୍ୟ ବାବଦକୁ ତାଙ୍କୁ ୩ ଲକ୍ଷ ଟଙ୍କା ମିଳିଥିଲା।


ଅନୁଯାୟୀ ଦକ୍ଷିଣ ୨୪ ପ୍ରଗଣା ଜିଲାର ସୁନ୍ଦରବନ ଅଞ୍ଚଳର ସାଗର ଦ୍ୱୀପରେ ରହୁଥିବା ପୁଷ୍ପା କର ନାମକ ଜଣେ ମହିଳା ମାଛ ମାରୁଥିବା ସମୟରେ ନଦୀରୁ ୫୨ କିଲୋର ଏକ ମାଛ ଧରିଥିଲେ। ବିଶେଷ କଥା ହେଉଛି ସେ ମାଛର କିଲୋଗ୍ରାମ ପ୍ରତି ୬ ହଜାର ୨୦୦ ଟଙ୍କା ପାଇଥିଲେ। ଏହି ମାଛକୁ ବିକି ସେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିଥିଲେ। ମହିଳାଜଣଙ୍କ କେବେ ମଧ୍ୟ ସ୍ବପ୍ନରେ ଭାବି ନ ଥିଲେ ଯେ ସେ ଗୋଟିଏ ମାଛ ପାଇଁ ଏତେ ପରିମାଣର ଅର୍ଥ ପାଇବେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ବିଶାଳକାୟ ମାଛଟି ସମ୍ଭବତଃ ଜାହାଜରେ ଧକ୍କା ଖାଇ ମରିଯାଇଥିଲା। ଯାହା ପୁଷ୍ପାଙ୍କ ଭାଗ୍ୟରେ ପଡ଼ିଥିଲା। ଏହି ମାଛ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଗୁଡ଼ିକୁ ରପ୍ତାନୀ ହୋଇଥାଏ। ଏହି ମାଛକୁ ଔଷଧୀୟ କାମ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ ବୋଲି ଜଣାପଡ଼ିଛି।

Share