Posted inଜାତୀୟ

ବାନ୍ଧବୀ ପାଇଁ ୩୦୦ କି.ମି. ଗଲା ବାଘ

ହାଇଦ୍ରାବାଦ,୨୦ା୧୧:ଏକ ବାଘୁଣୀର ସନ୍ଧାନରେ ମହାରାଷ୍ଟ୍ରର ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା ବାଘ ‘ଜନି’ ୩୦୦ କିଲୋମିଟର ଅତିକ୍ରମ କରି ତେଲଙ୍ଗାନାର ନିର୍ମଳ ଜିଲାସ୍ଥିତ କଓ୍ବଲ ଟାଇଗର ରିଜର୍ଭ ନିକଟରେ ପହଞ୍ଚିଛି। ନିଜର ଏହି ଯାତ୍ରାରେ ଜନି ବିଭିନ୍ନ ଜଙ୍ଗଲ ଏବଂ କ୍ଷେତ ପାର୍‌ କରି ଏବେ କଓ୍ବଲ ଟାଇଗର ରିଜର୍ଭ ଆଡ଼କୁ ଯାଉଥିବା ଜଣାପଡ଼ିଛି। ରେଡିଓ କଲାର ସାହାଯ୍ୟରେ ଜନିର ପୂରା ଯାତ୍ରାକୁ ଟ୍ରାକ୍‌ କରିବାରେ ବନ ବିଭାଗର ଅଧିକାରୀମାନେ ସଫଳ ହୋଇଛନ୍ତି। ୬ରୁ ୮ ବର୍ଷ ବୟସର ହୋଇଥିବା ଜନି ଅକ୍ଟୋବର ତୃତୀୟ ସପ୍ତାହରୁ ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରୁ ନିଜର ଏହି ଯାତ୍ରା ଆରମ୍ଭ କରିଥିଲା। ବନ ଅଧିକାରୀମାନେ ଜନିକୁ ପ୍ରଥମେ ତେଲଙ୍ଗାନାର ଆଦିଲାବାଦ ଜିଲା ବୋଥ୍‌ ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଟ୍ରାକ୍‌ କରିଥିଲେ। ଏହାପରେ ଜନି ତେଲଙ୍ଗାନାର ନିର୍ମଳ ଜିଲା ଅନ୍ତର୍ଗତ କୁନ୍ତଲା, ସାରଙ୍ଗପୁର, ମାମାଦା, ପେମ୍ବି ଅଞ୍ଚଳ ଦେଇ ଯିବା ପରେ ଏବେ ହାଇଦ୍ରାବାଦ-ନାଗପୁର ଜାତୀୟ ରାଜପଥ ୪୪କୁ ଅତିକ୍ରମ କରି ତିରୟାନି ଅଞ୍ଚଳ ଆଡ଼କୁ ମୁହାଁଉଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ମଙ୍ଗଳବାର ସୂଚନା ଦେଇ ଆଦିଲାବାଦ ଜିଲା ବନ ଅଧିକାରୀ ପ୍ରଶାନ୍ତ ବାଜିରାଓ ପାଟିଲ କହିଛନ୍ତି, ଶୀତ ଋତୁ ବେଳେ ନିଜ ପାଇଁ ଏକ ବାଘୁଣୀ ସାଥୀକୁ ସନ୍ଧାନ କରିବା ହେଉଛି ବାଘମାନଙ୍କର ସ୍ବାଭାବିକ ପ୍ରବୃତ୍ତି। ବାଘ ଜନିର ଯାତ୍ରା ମଧ୍ୟ ଏହାକୁ ସୂଚାଉଛି। ଶୀତଦିନେ ବାଘମାନେ ନିଜ କ୍ଷେତ୍ରରେ କୌଣସି ସାଥୀ ବାଘୁଣୀକୁ ନ ପାଇଲେ ସେମାନଙ୍କ ସନ୍ଧାନରେ ଲମ୍ବା ଯାତ୍ରାରେ ବାହାରି ପଡ଼ିଥାନ୍ତି। ପୁରୁଷବାଘମାନେ ୧୦୦ କି.ମି. ଦୂରରୁ ମଧ୍ୟ କୌଣସି ବାଘୁଣୀଙ୍କ ସୁଗନ୍ଧକୁ ଜାଣିପାରିଥାନ୍ତି ଏବଂ ସେମାନଙ୍କର ସନ୍ଧାନ କରିପାରନ୍ତି ବୋଲି ସେ କହିଛନ୍ତି। ଏହି ଯାତ୍ରାରେ ଜନି ୩ଟି ଅଲଗା ଉଦ୍ୟମରେ ୫ଟି ମଇଁଷିଙ୍କୁ ଶିକାର କରି ହତ୍ୟା କରିଥିବାବେଳେ ଅନେକ ଗାଈଙ୍କୁ ଆକ୍ରମଣ କରିଛି। ବାନ୍ଧବୀଙ୍କ ସନ୍ଧାନରେ ଯାତ୍ରା କରୁଥିବା ବାଘ ମଣିଷଙ୍କ ପାଇଁ ସିଧାସଳଖ ଭାବେ ବିପଦ ସୃଷ୍ଟି କରି ନ ଥାନ୍ତି ବୋଲି ବନ ଅଧିକାରୀମାନେ କହିଛନ୍ତି। ତେବେ ବାଘ ଜନିଠାରୁ ଦୂରେଇ ରହିବା ସହ ଅଞ୍ଚଳରେ କୌଣସି ଆତଙ୍କ ନ ମଚାଇବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ବନ ବିଭାଗ ପରାମର୍ଶ ଦେଇଛି। ଜନିର ସାମ୍ପ୍ରତିକ ପଥ ତାକୁ କଓ୍ବଲ ଟାଇଗର ରିଜର୍ଭ ଆଡ଼କୁ ନେଇପାରେ ବୋଲି ବନ ଅଧିକାରୀମାନେ ଆକଳନ କରୁଛନ୍ତି। ପ୍ରକାଶ ଯେ, ସମ୍ପ୍ରତି କଓ୍ବଲ ଟାଇଗର ରିଜର୍ଭରେ ବାଘଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି ଏବଂ ସେଠାରେ ବାଘମାନଙ୍କ ସ୍ଥାୟୀ ବାସସ୍ଥାନ ପାଇଁ ପ୍ରୟାସ କରାଯାଉଛି। ତେଲଙ୍ଗାନାର ଉତ୍ତର ପୂର୍ବ ପ୍ରାନ୍ତରେ ଅବସ୍ଥିତ ଏହି ଟାଇଗର ରିଜର୍ଭର ଗୋଟିଏ ପାଖରେ ଗୋଦାବରୀ ନଦୀ ଥିବାବେଳେ ଅନ୍ୟପକ୍ଷରେ ମହାରାଷ୍ଟ୍ର ସହ ସୀମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri