Categories: ଜାତୀୟ

କୁହୁଡି ହେଲା କାଳ: ଚାଲିଗଲା ୩ ଜୀବନ

ଲକ୍ଷ୍ନୌ,୨୮।୧୨: ଉତ୍ତରପ୍ରଦେଶର କନୌଜ ଜିଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ପଛପଟୁ ଟ୍ରକ୍‌କୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି।
ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି।
ସୂଚନାନୁସାରେ, ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ କାର୍‌ଟି ଘନ କୁହୁଡି ହେତୁ ନିୟନ୍ତ୍ରଣ ହରାଇ କନୌଜର ତାଲଗ୍ରାମ ପୋଲିସ ଅଞ୍ଚଳରେ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କିରାଣୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି।

Share