Categories: ଜାତୀୟ

ନୀଳଗାଈକୁ ଧକ୍କା ଦେଇ ଓଲଟିଲା କାର୍‌: ୩ ମୃତ, ୪ ଆହତ

ଲକ୍ଷ୍ନୌ,୧୭।୧୨: ଉତ୍ତରପ୍ରଦେଶର ବସ୍ତି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନୀଳଗାଈ ସହିତ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। କାପ୍ଟାଙ୍ଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳର ଦୁଧୌରା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।
କାର୍‌ରେ ୭ ଜଣ ଯାତ୍ରୀ ଥିବା ଜଣାପଡିଛି। କାର୍‌ଟି ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବାବେଳେ ବସ୍ତି ଜିଲାରେ କାରଟି ନୀଳଗାଇ ସହିତ ଧକ୍କା ହୋଇଥିଲା। ଯାହା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇ କାର୍‌ଟି ଓଲଟି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି।

Share