ଆମେରିକା ଫୁଡ କୋଟରେ ଫୁଟିଲା ଗୁଳି, ୩ ଆହତ

ଓ୍ବାଶିଂଟନ,୯।୪: ଆମେରିକାର ଡେଲାଭେୟର ସ୍ଥିତ ମଲରେ ଶନିବାର ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗୁଳି କରାଯାଇଥିବା ବେଳେ ଏମାନେ ଆହତ ହୋଇଥିବା ଜଣାପଡିଛି। ସିଏନଏନର ରିପୋର୍ଟ ଅନୁଯାୟୀ, ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ କ୍ରିଷ୍ଟିଆନା ମଲ ପହଞ୍ଚିଥିଲା। ଏହାପରେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି। ଡେଲାଭେୟର ପୋଲିସ କହିଛି, ’କ୍ରିଷ୍ଟିଆନା ମଲ ଓ ଏହାର ଆଖପାଖରେ ସାର୍ବଜନିକ ସୁରକ୍ଷାର ଚିନ୍ତା ନାହିଁ। ହେଲେ ଏହି ସ୍ଥାନରେ ଭିଡ କରନ୍ତୁ ନାହିଁ। ମାମଲାର ଯାଞ୍ଚ ଜାରି ରହିଛି। ଏବେ ମଲରେ ଥିବା ଦୋକାନ ମାଲିକଙ୍କୁ ଖାଲି କରାଯାଇଛି। ଏବେ ପର୍ଯ୍ୟନ୍ତ ଗୁଳିକାଣ୍ଡ ଘଟଣାରେ କୌଣସି ସନ୍ଦିଗ୍ଧ ଧରା ପଡି ନାହାନ୍ତି।

Share