Posted inଜାତୀୟ

୩ ଦକ୍ଷିଣୀ ରାଜ୍ୟରେ ସରକାର-ରାଜ୍ୟପାଳ ବିବାଦ

ନୂଆଦିଲ୍ଲୀ,୯।୧୧: ୩ ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ ଏବଂ ତେଲଙ୍ଗାନାରେ ରାଜ୍ୟପାଳ ଏବଂ ଶାସକ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଏହି ୩ ରାଜ୍ୟର ରାଜ୍ୟପାଳମାନେ କେନ୍ଦ୍ରର ସଖୀ କଣ୍ଢେଇ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଉପରୋକ୍ତ ରାଜ୍ୟର ରାଜ୍ୟପାଳଙ୍କ ବିରୋଧରେ ଏକାଧିକ ବିକ୍ଷୋଭ ଶୋଭାଯାତ୍ରା କରିବା ଲାଗି ଶାସକ ଦଳଗୁଡ଼ିକ ଯୋଜନା ପ୍ରସ୍ତୁତ କରିଛନ୍ତି। ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ପଡ଼ୋଶୀ ରାଜ୍ୟ ରାଜନୀତିରେ ମୁଣ୍ଡ ପୂରାଉଥିବା ତାମିଲନାଡୁର ଶାସକ ଦଳ ଡିଏମ୍‌କେ ଅଭିଯୋଗ କରିଛି। ରାଜ୍ୟପାଳ ଦାୟିତ୍ୱ ନେବା ପୂର୍ବରୁ ସୌନ୍ଦରାରାଜନ ତାମିଲନାଡୁରେ ଭାଜପାର ବରିଷ୍ଠ ନେତା ଥିଲେ। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିଯୁକ୍ତିକୁ ନେଇ ତେଲଙ୍ଗାନାର ଶାସକ ଦଳ ଟିଆର୍‌ଏସ୍‌ ରାଜ୍ୟପାଳଙ୍କ କାର୍ଯ୍ୟକୁ ବିରୋଧ କରୁଛି। ରାଜନୀତି କରିବାକୁ ହେଲେ ସୌନ୍ଦରାରାଜନ ରାଜ୍ୟପାଳ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଡିଏମକେ ମୁଖପତ୍ର ମୁରାସୋଲିରେ କୁହାଯାଇଛି। ସେହିପରି ତାମିଲନାଡୁ ରାଜ୍ୟପାଳ ଆର୍‌. ଏନ୍‌. ରବି ସମ୍ବିଧାନ ବିରୋଧରେ କାର୍ଯ୍ୟ କରୁଥିବା ନେଇ ଡିଏମ୍‌କେ ସମଭାବାପନ୍ନ ଏମ୍‌ପିମାନଙ୍କଠାରୁ ଦସ୍ତଖତ ସଂଗ୍ରହ କରି ତାଙ୍କ ବହିଷ୍କାର ଦାବି କରିଥିଲା। ସେଠାରେ ୨୦ଟି ବିଲ୍‌ ରାଜ୍ୟପାଳଙ୍କ ମଞ୍ଜୁରୀ ଅପେକ୍ଷାରେ ପଡ଼ିରହିଛି।
ସେହିପରି କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ ଏବଂ ସିପିଆଇ(ଏମ୍‌) ନେତୃତ୍ୱାଧୀନ ସରକାରଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଛି। ଏର୍ନାକୁଲମ ଗେଷ୍ଟହାଉସ୍‌ରେ ଖବରଦାତା ସମ୍ମିଳନୀରୁ ୨ଟି ଟିଭି ଚ୍ୟାନେଲକୁ ତଡ଼ିଦେବା ଘଟଣାରେ ରାଜ୍ୟପାଳ ସାମ୍ବାଦିକମାନଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଅଗଣତାନ୍ତ୍ରିକ ବ୍ୟବହାରକୁ ରାଜ୍ୟ ସାମ୍ବାଦିକ ସଂଘ ନିନ୍ଦା କରିଛି। କେରଳର କାର୍ଯ୍ୟକାରୀ ସାମ୍ବାଦିକ ସଂଘ ପକ୍ଷରୁ ରାଜଭବନ ଅଭିମୁଖେ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା। ମୁଖ୍ୟ ବିଲ୍‌ଗୁଡ଼ିକୁ ରାଜ୍ୟପାଳ ବିଳମ୍ବିତ କରୁଥିବା ରାଜ୍ୟ ସରକାର ଅଭିଯୋଗ ଆଣିଛନ୍ତି। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କୁ ଇସ୍ତଫା ଦେବା ଲାଗି ନିର୍ଦ୍ଦେଶ ଦେବା ପ୍ରତିବାଦରେ ଗତମାସ ୨୬ରେ ବାମଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି ରାଜ୍ୟପାଳ ପଦବୀ ହଟାଇଦେବାକୁ ସିପିଆଇ(ଏମ୍‌) ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri