ଭୂତକୋଠି ପାଲଟିଛି ୩ ସରକାରୀ କୋଠା

ଖଡ଼ିଆଳ,୨।୭(ସୁଜିତ୍‌ ପ୍ରଧାନ)ନୂଆପଡ଼ା ଜିଲା ଖଡ଼ିଆଳ ଏନ୍‌ଏସି ଅନ୍ତର୍ଗତ ବିଜେପୁର ଗ୍ରାମ ଗାନ୍ଧୀନଗର ସାହିରେ ଜନସ୍ବାସ୍ଥ୍ୟ ବିଭାଗର ନୂତନ ଗୃହ, ଆୟୁର୍ବେଦିକ ଡାକ୍ତରଖାନା ଏବଂ ମିଶନ ଶକ୍ତି ପାଇଁ ଗୃହ ନିର୍ମାଣ ହୋଇଛି। ଏହି ୩ଟି ସରକାରୀ କୋଠା କୌଣସି କାର୍ଯ୍ୟରେ ଆସୁ ନ ଥିବାରୁ ଏବେ ଏକ ପ୍ରକାର ଭୂତ କୋଠିରେ ପରିଣତ ହେବାକୁ ଯାଉଛି। ପଡାରେ ଥିବା ସମସ୍ତ କୋଠା କାର୍ଯ୍ୟକ୍ଷମ ନ ହେଲେ ଆଗାମୀ ଦିନରେ ପଡ଼ାବାସୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତବନୀ ଦେଇଛନ୍ତି।
ସୂଚନା ଯେ, ଜନସ୍ବାସ୍ଥ୍ୟ ବିଭାଗର ମେଗା ପ୍ରୋଜେକ୍ଟରେ ମୁଖ୍ୟ କାର୍ଯ୍ୟାଳୟ ୨୦୧୯ରେ ଗାନ୍ଧିନଗର ସାହିରେ ନିର୍ମାଣ କାମ ଆରମ୍ଭ ହୋଇ ୨୦୨୦ରେ ଶେଷ ହୋଇଛି। ନିର୍ମାଣର ୩ ବର୍ଷ ବିତିଗଲାଣି ହେଲେ ଏଯାଏ ଉଦ୍‌ଘାଟନ ହୋଇନାହିଁ। ମେଗା ପ୍ରୋଜେକ୍ଟ କାର୍ଯ୍ୟାଳୟ ନୂଆପଡା ଜନସ୍ବାସ୍ଥ୍ୟ ବିଭାଗରେ ବିଳୀନ ହୋଇଯିବାରୁ ମେଗା ପ୍ରୋଜେକ୍ଟ ବିଲ୍ଡିଂର କୌଣସି କାର୍ଯ୍ୟକାରୀ ହୋଇପାରୁ ନ ଥିବା ଜଣାପଡିଛି। ଏହି ମେଗା ପ୍ରୋଜେକ୍ଟ ଅଫିସରେ ଖଡିଆଳ ବ୍ଲକ କାର୍ଯ୍ୟାଳୟ ଓ ପରବର୍ତ୍ତି ସମୟରେ ଏନ୍‌ଏସି କାର୍ଯ୍ୟାଳୟ ପରିଚାଳନା ପାଇଁ ସ୍ଥିର ହୋଇଥିଲା। ହେଲେ କିଛି ଅସାଧୁ ନେତା ତଥା ଲୋକଙ୍କ ଜାତିଆଣ ମନୋଭାବ ଯୋଗୁ କୌଣସି ସରକାରୀ ଅଫିସ ପରିଚାଳିତ ହୋଇ ପାରି ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
କେବଳ ଆର୍‌ଡ୍ଲ୍ୟୁଏସ୍‌ଏର ପ୍ରୋଜେକ୍ଟ ଅଫିସ ନୁହଁ। ଗାନ୍ଧୀନଗର ସାହିରେ ଏକ ସରକାରୀ ଆୟୁବେର୍ଦିକ ହସ୍ପିଟାଲ ଅଛି। ହେଲେ ଗୃହ ଅଭାବରୁ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି। ସେହିଭଳି ଗ୍ରାମରେ ଥିବା ମିଶନ ଶକ୍ତି ବିଲଡିଂ କାମ ଶେଷ ହୋଇଛି, ହେଲେ ତାହା ମଧ୍ୟ ପରିଚାଳନା ହୋଇ ପାରୁନାହିଁ। ପାଖରେ ଥିବା ଏଏନଏମ କେନ୍ଦ୍ର ଅମ୍ବେଦକର ସରକାରୀ ସ୍କୁଲ ମଧ୍ୟ ପରିଚାଳିତ ହେଉ ନ ଥିବାରୁ ମେଗା ପ୍ରୋଜେକ୍ଟ କାର୍ଯ୍ୟାଳୟ ସମେତ ସବୁ କୋଠାଘର ସବୁ ଅସାମାଜିକ ଲୋକଙ୍କ ଚରା ଭୁଇଁ ପାଲଟି ଯାଇଛି। ସରକାରୀ ବିଲଡିଂରେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ନିର୍ମାଣ ହୋଇଥିବା ସରକାରୀ ଗୃହରେ ଯେ କୌଣସି ସରକାରୀ ଅଫିସ ପରିଚାଳନା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। ସ୍ଥାନୀୟ କାଉନସିଲର ମଧ୍ୟ ଅତିଶୀଘ୍ର କୋଠା ସବୁ କାର୍ଯ୍ୟକ୍ଷମ କରବାକୁ ଦାବି କରିଥିବା ବେଳେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରଶାସନର ଯେତେ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ଏ ନେଇ ଜିଲାପାଳ ହେମକାନ୍ତ ସାଏଙ୍କୁ ପଚାରିବାରୁ ଏହାର ତଦନ୍ତ କରି ଜନସାଧାରଣଙ୍କ କାର୍ଯ୍ୟକୁ ଆସିବା ପରି ସୁବିଧା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri