ଭୂତକୋଠି ପାଲଟିଛି ୩ ସରକାରୀ କୋଠା

ଖଡ଼ିଆଳ,୨।୭(ସୁଜିତ୍‌ ପ୍ରଧାନ)ନୂଆପଡ଼ା ଜିଲା ଖଡ଼ିଆଳ ଏନ୍‌ଏସି ଅନ୍ତର୍ଗତ ବିଜେପୁର ଗ୍ରାମ ଗାନ୍ଧୀନଗର ସାହିରେ ଜନସ୍ବାସ୍ଥ୍ୟ ବିଭାଗର ନୂତନ ଗୃହ, ଆୟୁର୍ବେଦିକ ଡାକ୍ତରଖାନା ଏବଂ ମିଶନ ଶକ୍ତି ପାଇଁ ଗୃହ ନିର୍ମାଣ ହୋଇଛି। ଏହି ୩ଟି ସରକାରୀ କୋଠା କୌଣସି କାର୍ଯ୍ୟରେ ଆସୁ ନ ଥିବାରୁ ଏବେ ଏକ ପ୍ରକାର ଭୂତ କୋଠିରେ ପରିଣତ ହେବାକୁ ଯାଉଛି। ପଡାରେ ଥିବା ସମସ୍ତ କୋଠା କାର୍ଯ୍ୟକ୍ଷମ ନ ହେଲେ ଆଗାମୀ ଦିନରେ ପଡ଼ାବାସୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତବନୀ ଦେଇଛନ୍ତି।
ସୂଚନା ଯେ, ଜନସ୍ବାସ୍ଥ୍ୟ ବିଭାଗର ମେଗା ପ୍ରୋଜେକ୍ଟରେ ମୁଖ୍ୟ କାର୍ଯ୍ୟାଳୟ ୨୦୧୯ରେ ଗାନ୍ଧିନଗର ସାହିରେ ନିର୍ମାଣ କାମ ଆରମ୍ଭ ହୋଇ ୨୦୨୦ରେ ଶେଷ ହୋଇଛି। ନିର୍ମାଣର ୩ ବର୍ଷ ବିତିଗଲାଣି ହେଲେ ଏଯାଏ ଉଦ୍‌ଘାଟନ ହୋଇନାହିଁ। ମେଗା ପ୍ରୋଜେକ୍ଟ କାର୍ଯ୍ୟାଳୟ ନୂଆପଡା ଜନସ୍ବାସ୍ଥ୍ୟ ବିଭାଗରେ ବିଳୀନ ହୋଇଯିବାରୁ ମେଗା ପ୍ରୋଜେକ୍ଟ ବିଲ୍ଡିଂର କୌଣସି କାର୍ଯ୍ୟକାରୀ ହୋଇପାରୁ ନ ଥିବା ଜଣାପଡିଛି। ଏହି ମେଗା ପ୍ରୋଜେକ୍ଟ ଅଫିସରେ ଖଡିଆଳ ବ୍ଲକ କାର୍ଯ୍ୟାଳୟ ଓ ପରବର୍ତ୍ତି ସମୟରେ ଏନ୍‌ଏସି କାର୍ଯ୍ୟାଳୟ ପରିଚାଳନା ପାଇଁ ସ୍ଥିର ହୋଇଥିଲା। ହେଲେ କିଛି ଅସାଧୁ ନେତା ତଥା ଲୋକଙ୍କ ଜାତିଆଣ ମନୋଭାବ ଯୋଗୁ କୌଣସି ସରକାରୀ ଅଫିସ ପରିଚାଳିତ ହୋଇ ପାରି ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
କେବଳ ଆର୍‌ଡ୍ଲ୍ୟୁଏସ୍‌ଏର ପ୍ରୋଜେକ୍ଟ ଅଫିସ ନୁହଁ। ଗାନ୍ଧୀନଗର ସାହିରେ ଏକ ସରକାରୀ ଆୟୁବେର୍ଦିକ ହସ୍ପିଟାଲ ଅଛି। ହେଲେ ଗୃହ ଅଭାବରୁ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି। ସେହିଭଳି ଗ୍ରାମରେ ଥିବା ମିଶନ ଶକ୍ତି ବିଲଡିଂ କାମ ଶେଷ ହୋଇଛି, ହେଲେ ତାହା ମଧ୍ୟ ପରିଚାଳନା ହୋଇ ପାରୁନାହିଁ। ପାଖରେ ଥିବା ଏଏନଏମ କେନ୍ଦ୍ର ଅମ୍ବେଦକର ସରକାରୀ ସ୍କୁଲ ମଧ୍ୟ ପରିଚାଳିତ ହେଉ ନ ଥିବାରୁ ମେଗା ପ୍ରୋଜେକ୍ଟ କାର୍ଯ୍ୟାଳୟ ସମେତ ସବୁ କୋଠାଘର ସବୁ ଅସାମାଜିକ ଲୋକଙ୍କ ଚରା ଭୁଇଁ ପାଲଟି ଯାଇଛି। ସରକାରୀ ବିଲଡିଂରେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ନିର୍ମାଣ ହୋଇଥିବା ସରକାରୀ ଗୃହରେ ଯେ କୌଣସି ସରକାରୀ ଅଫିସ ପରିଚାଳନା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। ସ୍ଥାନୀୟ କାଉନସିଲର ମଧ୍ୟ ଅତିଶୀଘ୍ର କୋଠା ସବୁ କାର୍ଯ୍ୟକ୍ଷମ କରବାକୁ ଦାବି କରିଥିବା ବେଳେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରଶାସନର ଯେତେ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ଏ ନେଇ ଜିଲାପାଳ ହେମକାନ୍ତ ସାଏଙ୍କୁ ପଚାରିବାରୁ ଏହାର ତଦନ୍ତ କରି ଜନସାଧାରଣଙ୍କ କାର୍ଯ୍ୟକୁ ଆସିବା ପରି ସୁବିଧା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri