୩ ସ୍କୁଲ ଭିତରେ ପଶିଲା ବନ୍ୟାଜଳ

ଅମରପାଲି,୩ା୮(ପୀତାମ୍ବର ସାହୁ): ଗତ ୪ ଦିନ ହେଲା ବୀରମହାରାଜପୁର ଅଞ୍ଚଳରେ ବର୍ଷା ଲାଗି ରହିଛି। ଏଭଳି ପରିସ୍ଥିତିରେ ବୁଧବାର ଠେଙ୍ଗୋ ଡ୍ୟାମରୁ ୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଫଳରେ ତଳମୁଣ୍ଡରେ ଅନେକ ଗାଁକୁ ବନ୍ୟାଜଳ ପ୍ରବେଶ କରିଛି। ବ୍ଲକର କେନଝିରିଆପାଲି ପଞ୍ଚାୟତର ବାରଝୁଲା ପ୍ରାଥମିକ ବିଦ୍ୟାଳୟ ଓ କୁଡାପଡା ପ୍ରାଥମିକ ବିଦ୍ୟାଳୟରେ ବନ୍ୟାଜଳ ପ୍ରବେଶ କରିଛି। ବନ୍ୟା ଜଳ ଘେରରେ ଉକ୍ତ ଦୁଇ ସ୍କୁଲ ରହିଛି। କୁଡାପଡା ସ୍କୁଲ ୪ ଫୁଟର ବନ୍ୟାଜଳ ଘେରରେ ଥିବା ବେଳେ ବାରଝୁଲା ସ୍କୁଲ ୩ ଫୁଟ ଉଚ୍ଚର ବନ୍ୟାପାଣି ଘେରରେ ରହିଛି। ସେହିପରି ଗୋବିନ୍ଦପୁର ୟୁପି ସ୍କୁଲରେ ମଧ୍ୟ ବନ୍ୟା ପାଣି ପଶିଛି।