ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର,୧୫ା୭(ଅନୁରାଧା ମହାରଣା): ଯୁକ୍ତ ୩ ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ଓ ସେଲ୍ଫ ଫାଇନାନ୍‌ସିଂରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ଟି ଡିଗ୍ରୀ କଲେଜର ୨ ଲକ୍ଷ ୭୦ହଜାର ୨୪୨ ସିଟ୍‌ ରହିଛି। ତେବେ ୨ ଲକ୍ଷ ୨୩ ହଜାର ୩୧୦ଜଣ ଛାତ୍ରୀଛାତ୍ର ଅନଲାଇନ୍‌ ପଞ୍ଜିକରଣ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବାକୁ ୧ଲକ୍ଷ ୭୪ହଜାର ୧୯୫ଜଣ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧ଲକ୍ଷ ୫୭ ହଜାର ୧୦୩ ଜଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରିଚାଳିତ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
କଳାରେ ସର୍ବାଧିକ ୧ଲକ୍ଷ ୪୯ ହଜାର ୧୮୫ଜଣ ଆବଦେନ କରିଥିବାବେଳେ ୧ଲକ୍ଷ ୮ ହଜାର ୪୮୩ଜଣ ମନୋନୀତ ହୋଇଛନ୍ତି। ବାଣିଜ୍ୟରେ ୧୯ ହଜାର ୯୮୩ ଜଣ ଆବେଦନ କରିଥିବାବେଳେ ୧୭ ହଜାର ୨୧୭ ଜଣ ମନୋନୀତ ହୋଇଛନ୍ତି। ସେହିପରି ଫିଜିକାଲ ସାଇନ୍ସରେ ୩୯ ହଜାର ୯୮୨ଜଣ ଆବେଦନ କରିଥିବାବେଳେ ୨୪ ହଜାର ୩୩୯ଜଣ ମନୋନୀତ ହୋଇଛନ୍ତି। ଅନ୍ୟପଟେ ବାୟୋଲୋଜିକାଲ ସାଇନ୍ସରେ ୪୦ ହଜାର ୨୪୦ଜଣ ଆବେଦନ କରିଥିବାବେଳେ ୧୮ହଜାର ୯୧୯ ଜଣ ମନୋନୀତ ହୋଇଛନ୍ତି। ସେଲ୍ଫ ଫାଇନାନ୍ସିଂରେ ୬ ହଜାର ୭୭୧ଜଣ ଆବେଦନ କରିଥିବାବେଳେ ୧ହଜାର ୩୬୭ ଜଣ ମନୋନୀତ ହୋଇଛନନ୍ତି। ଉପଶାସ୍ତ୍ରୀ ବିଭାଗରେ ୫ ହଜାର ୬୭ ଜଣ ଆବେଦନ କରିଥିବାବେଳେ ୩ ହଜାର ୮୭୦ ଜଣ ମନୋନୀତ ହୋଇଛନ୍ତି। ତେବେ ପ୍ରକାଶ ପାଇଥିବା କଟଅଫ୍‌ ମାର୍କ ଆଧାରରେ କଳା ବିଭାଗରେ ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ଡିଗ୍ରୀ କଲେଜ ପିଲାଙ୍କ ପ୍ରଥମ ପସନ୍ଦ ରହିଛି। ବିଏବିଏଡ୍‌. ରାଜନୀତି ବିଜ୍ଞାନ ସମ୍ମାନରେ ସର୍ବାଧିକ ୯୧.୮୩ ପ୍ରତିଶତ କଟଅଫ୍‌ ମାର୍କ ସହ ଉଭୟ ଶିକ୍ଷାନୁଷ୍ଠାନ ଶୀର୍ଷରେ ରହିଛି। ଫିଜିକାଲ ସାଇନ୍ସ(ବିଏସ୍‌ସି ବିଏଡ୍‌. ରସାୟନ ବିଜ୍ଞାନ ସମ୍ମାନ)ରେ ୯୪.୫୦ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହିତ ଓ ବାୟୋଲୋଜିକାଲ ସାଇନ୍ସ(ବିଏସ୍‌ସି ବିଏଡ୍‌. ଉଦ୍ଭିଦ ବିଜ୍ଞାନ ସମ୍ମାନ)ରେ ୯୫.୬୦ ପ୍ରତିଶତ କଟଅଫ୍‌ ମାର୍କ ସହ ପୁରୀ ସାମନ୍ତ ଚନ୍ଦ୍ରଶେଖର(ଏସ୍‌ସିଏସ୍‌) କଲେଜ ଶୀର୍ଷରେ ରହିଛି। ତେବେ ବାଣିଜ୍ୟରେ ୮୬.୮୩ କଟଅଫ୍‌ ମାର୍କ ସହ ରେଭେନ୍‌ଶା ବିଶ୍ୱ ବିଦ୍ୟାଳୟ ପିଲାଙ୍କ ପ୍ରଥମ ପସନ୍ଦ ରହିଛି। ସେହିପରି ଉପଶାସ୍ତ୍ରୀ ବିଭାଗ(ସର୍ବଦର୍ଶନ)ରେ ଦଶପଲ୍ଲା ମଧ୍ୟଖଣ୍ଡସ୍ଥିତ ପ୍ରଦୀପ୍ତ ରାୟ ସଂସ୍କୃତ ଡିଗ୍ରୀ କଲେଜ ୬୯.୪୩ ପ୍ରତିଶତ ଓ ସେଲ୍ଫ ଫାଇନାନ୍ସିଂରେ ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) କଲେଜ ୯୦.୪୦ ପ୍ରତିଶତ କଟ୍‌ଅଫ୍‌ ମାର୍କ ସହ ପିଲାଙ୍କ ପ୍ରଥମ ପସନ୍ଦ ରହିଛି। ସୂଚନାଯୋଗ୍ୟ, ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭ ତାରିଖରେ ଏବଂ ଅଗଷ୍ଟ ୯ ତାରିଖରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri