୩ ପରିବାର ବାସହରା

ଭଦ୍ରକ ଅଫିସ, ୨୬।୪ ଭଦ୍ରକ ଜିଲା ରାହାଞ୍ଜସାହିରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳିଯାଇଛି। ୩ ପରିବାର ବାସହରା ହୋଇପଡ଼ିଛନ୍ତି। ଉକ୍ତ ସାହିର ୩ ଭାଇ ପ୍ରହ୍ଲାଦ ସାହୁ, ଭରତ ସାହୁ ଓ ଶରତ ସାହୁଙ୍କ ଘର ଜଳିଯାଇଥିବା ବେଳେ ନଗଦ ୧୨ ହଜାର ଟଙ୍କା, ସୁନା ଅଳଙ୍କାର, ଆସବାବପତ୍ର ଆଦି ଆନୁମାନିକ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଭଦ୍ରକ ଅଗ୍ନିଶମ ବାହିନୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲା। ବିଦ୍ୟୁତ ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।