ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା ଖାତା ମୂଲ୍ୟାୟନ ହେବ। ମେ ମାସ ମଧ୍ୟରେ ହିଁ ପରୀକ୍ଷାଫଳ ପ୍ରକାଶନ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷାଫଳ ପ୍ରକାଶନ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସେହି ଲକ୍ଷ୍ୟ ରଖାଯାଇଛି। ପରୀକ୍ଷାଫଳ ଆଗୁଆ ପ୍ରକାଶିତ ହେଲେ ଛାତ୍ରୀଛାତ୍ରମାନେ ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେଇପାରିବେ। ଅପରପକ୍ଷେ ଆଜି ପରୀକ୍ଷା ସରିବା ପରେ ଅନେକ କଲେଜରେ ଛାତ୍ରୀଛାତ୍ରମାନେ ବାଣ ଫୁଟାଇ ନାଚ ଗୀତରେ ମାତିଥିଲେ। ଏଥିସହ ଅଦିନିଆ ହୋଲି ଖେଳିଥିଲେ। ଏଥିସହ ଛାତ୍ରୀଛାତ୍ରମାନେ ସେମାନଙ୍କ ଷ୍ଟାଟସରେ କଲେଜ ଜୀବନର ଅନ୍ତିମ ଦିନ ଅନୁଭୂତି ବଖାଣିଥିବା ଦେଖିବାକୁ ମିଳିଛି ।

