ମାମୁ ବାହାଘରକୁ ଆସି ପୋଖରୀରେ ବୁଡ଼ିଗଲେ ୩ ଭାଣିଜୀ

ବାଲେଶ୍ୱର ଅଫିସ,୧୯ା୬: ବାଲେଶ୍ୱର ଜିଲା ବାଲିଆପାଳ ରେମୁ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଦୁଇ ନାବାଳିକା ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ରେମୁ ଗ୍ରାମର ଗଦାଧର ଜେନାଙ୍କ ବିବାହ ପାଇଁ ଆସିଥିଲେ ତିନି ଭାଣିଜୀ । ପୋଖରୀରେ ଗାଧୋଇବା ସମୟରେ ପ୍ରଥମେ ଜଣଙ୍କର ଗୋଡ଼ ଖସି ଯାଇଥିଲା। ଅନ୍ୟ ଦୁଇ ଭଉଣୀ ଉଦ୍ଧାର କରିବାକୁ ଯାଇ ସେମାନେ ବି ବୁଡି ଯାଇଥିଲେ । ପରିବାର ଲୋକେ ଖୋଜାଖୋଜି ପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ପ୍ରଥମେ ଇଡ୍‌କୋ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।