ଇରାକର ମିଳିତ ସୈନ୍ୟବାହିନୀଙ୍କ ତିନୋଟି ଡ୍ରୋନକୁ ନଷ୍ଟ କଲା ଆମେରକାର ସେଣ୍ଟକମ

ଓ୍ବାଶିଂଟନ୍‌,୧୯।୧୦: ଇରାକରେ ଆମେରିକା ସୈନ୍ୟଙ୍କୁ ଟାର୍ଗେଟ କରୁଥିବା ତିନୋଟି ଡ୍ରୋନକୁ ନଷ୍ଟ କରାଯାଇଛି। ଏନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି।
ପଶ୍ଚିମ ଇରାକରେ ଆମେରିକାର ସୈନ୍ୟମାନେ ଏହି ଡ୍ରୋନ ସହିତ ଲଢୁଥିବାବେଳେ ମିଳିତ ସୈନ୍ୟବାହିନୀ ସାମାନ୍ୟ ଆହତ ହୋଇଛନ୍ତି।

ସେଣ୍ଟକମ ବୁଧବାର ଏକ ବିବୃତ୍ତିରେ କହିଛି ଯେ, ଗତ ୨୪ଘଣ୍ଟା ମଧ୍ୟରେ ଆମେରିକାର ସୈନ୍ୟବାହିନୀ ଇରାକର ମିଳିତ ସୈନ୍ୟବାହିନୀର ତିନୋଟି ଡ୍ରୋନ ଗୁଳି ଚଳାଇ ନଷ୍ଟ କରିଥିଲେ।

Share