୩ ପର୍ଯ୍ୟଟନସ୍ଥଳୀର ହେବ ବିକାଶ

ବାରିପଦା ଅଫିସ,୧୮ା୩: ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ଅନୁଧ୍ୟାନକାରୀ ଦଳ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଜିଲାର ତିନୋଟି ପର୍ଯ୍ୟଟନସ୍ଥଳୀକୁ ଯାଇ ଏହାର ସ୍ଥିତାବସ୍ଥା ପରଖିବା ସହିତ ପୁନରୁଦ୍ଧାର ଓ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଜିଲା ଗସ୍ତ ପରେ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିବାରୁ ଜିଲାବାସୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି ।
ଜିଲାର ତିନୋଟି ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡ, ଭୀମକୁଣ୍ଡ ଓ ଖିଚିଂ ସ୍ଥିତ ମା’ କିଚକେଶ୍ୱରୀ ମନ୍ଦିରର ରୂପାନ୍ତରୀକରଣ ଓ ବିକାଶ ନିମନ୍ତେ ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି। ଏହି ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନତିକରଣ ଓ ସୌର୍ନ୍ଦ୍ୟକରଣ ନିମନ୍ତେ ୧୮କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳ କରାଯାଇଛି ା ପ୍ରକଳ୍ପ ନିର୍ମାଣକୁ ନେଇ ବିଭାଗୀୟ ଇଞ୍ଜିନିୟର ଓ ଆର୍କିଟେକ୍ଟର ଏକ ବିଶେଷଜ୍ଞଙ୍କ ଦଳ ଶୁକ୍ରବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଆଲୋଚନା କରିଛନ୍ତି । ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତି, ଜିଲା ପର୍ଯ୍ୟଟନ ଅଧିକାରୀ ତନୁଜା ସିର୍କା ପ୍ରମୁଖ ଉପସ୍ଥିତ ଥିଲେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ହାତକୁ ନିଆଯାଇଛି। ସେମାନଙ୍କ ସୁବିଧା ନିମନ୍ତେ ପିକ୍‌ନିକ ସ୍ଥାନ ନିର୍ମାଣ, ପାର୍କ, ଖାଇବା ପାଇଁ ରେଷ୍ଟୁରାଣ୍ଟ ଓ କାଫେ, ରାତ୍ରି ଆଶ୍ରୟସ୍ଥଳୀ, ଗମନାଗମନ ରାସ୍ତାର ପ୍ରଶସ୍ତିକରଣ, ଆଲୋକୀକରଣ ଆଦି ବ୍ୟବସ୍ଥା କରିବା ସହ ଗାଇଡ ବ୍ୟବସ୍ଥା କରିବା ଆଦି ରହିଛି । ଏହି ଦଳରେ ପର୍ଯ୍ୟଟନ ବିଭାଗର ଭାରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁନୀଲ ବେହେରା ଓ ବିଏମ୍‌ୟୁ ମୁଖ୍ୟ ଲୋକେଶ କୁମାରଙ୍କ ସହିତ ଦୁଇ ଜଣ ଆର୍କିଟେକ୍ଟର ଜିଲା ଗସ୍ତରେ ଆସିଛନ୍ତି। ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ବୁଲି ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରି ପ୍ରଦାନ କରିବେ ବୋଲି ଜଣାପଡିଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପରିବାରରୁ ୪ପ୍ରାର୍ଥୀ, ଜିତିଲେ ୩

ବୌଦ୍ଧ, ୨।୩ (ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିଲେ ୪ଜଣ। ସେମାନଙ୍କ ମଧ୍ୟରୁ ୩ଜଣ ବିଜୟୀ ହୋଇଥିବାବେଳେ ଜଣେ ପରାଜିତ...

ପିଲା, ଗର୍ଭବତୀଙ୍କୁ ଦିଆଯାଉଛି ଆଉଟ୍‌ଡେଟେଡ୍‌ ଖାଦ୍ୟ

ସାରସକଣା,୧୨।୮(ଡି.ଏନ୍‌.ଏ.): ସରକାର ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଛତୁଆ, ଅଣ୍ଡା, ସୁଜି ଆଦି ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଉଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

କଟକ ଅଫିସ,୧୧ା୧: ବାରବାଟୀରେ ବୁଧବାର ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏଥିରେ ଯୋଗଦେଇ ଓଡ଼ିଶାକୁ ଭୂୟସୀ ପ୍ରଶଂସା...

‘ନବଜୀବନପୁର’ର ନବକଳେବର

ଢେଙ୍କାନାଳ ଅଫିସ,(ରତନ ନାୟାର) ୨୭।୮: ଭାରତର ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ରହିଥିବା ଆତ୍ମୀୟତା, ଉତ୍ତମ ବ୍ୟବହାର ସାଙ୍ଗକୁ ଭିନ୍ନଧରଣର ଖାଦ୍ୟପେୟ, ଲୋକକଳା ଏବଂ ପାରମ୍ପରିକ କୁଟୀର ଶିଳ୍ପ...

ସ୍ବାମୀଙ୍କ ଛୁରାମାଡ଼ରେ ସ୍ତ୍ରୀ ମୃତ

ଖଲ୍ଲିକୋଟ,୨୦ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ପଞ୍ଚାୟତର କଣ୍ଡରାପଡ଼ା ଗ୍ରାମରେ ରବିବାର ସ୍ବାମୀଙ୍କ ଛୁରାମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣ୍ଡରାପଡ଼ା ଗ୍ରାମର...

ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍‌: ଦୁଇ ଭାଇ ମୃତ

ବଡ଼ଗାଁ, ୬।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ କୁମ୍‌ବାହାଲ ଗ୍ରାମରେ ଗୁରୁବାର ରାତି ସାଢ଼େ ୮ଟାରେ ଏକ ଦୁର୍ଘଟଣା ଘଟିଛି। ଟ୍ରାକ୍ଟରକୁ ବାଇକ୍‌...

ଟ୍ରକ୍‌ ଚୋରି ଉଦ୍ୟମ : ଅଭିଯୁକ୍ତଙ୍କୁ ଧରି ନିସ୍ତୁକ ପିଟିଲେ ଲୋକେ

ଯୋଡ଼ା,୧୨।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି ହାଟପଦାଠାରେ ଟ୍ରକ ଚୋରି ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରି ମାଡ଼ ମାରିବା...

ଦୋଷୀଙ୍କୁ ୨୦ ବର୍ଷ ଜେଲ

ବାଲେଶ୍ୱର ଅଫିସ, ୩୧।୧: ଏକ ଶିଶୁକନ୍ୟା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ (ପୋକ୍‌ସୋ) ରଞ୍ଜନ କୁମାର ସୂତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ...

Advertisement
Archives

Model This Week