ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମା,ପୁଅଙ୍କ ସମେତ ୩ମୃତ

ବରଗଡ/ସୋହେଲା଼,୨୮।୨(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ବରଗଡ଼-ପଦ୍ମପୁର ରାସ୍ତାର ମେଲଛାମୁଣ୍ଡା ଥାନା ଘେଁସ୍‌ଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ(ନଂ-ସିଜି୦୬ଜିଜେଡ୍‌ ୯୨୦୦)କୁ ପଛପଟୁ ଧକ୍କା ଦେଇ ଅନ୍ୟଏକ ସ୍କର୍ପିଓ ଗାଡ଼ି(ନଂ-ସିଜି୧୩ଏୱାଇ ୯୦୫୪)ରେ ବସିଥିବା ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, ଛତିଶଗଡ଼ ରାୟଗଡ଼ ଜିଲା ଝିକାବାହାଲ ଗ୍ରାମର ଅଂଶୁମାନ ବେହେରା(୧୧), ତାଙ୍କ ମା ଲିଲି ବେହେରା(୩୫) ଏବଂ ସ୍କର୍ପିଓ ଡ୍ରାଇଭର ଉଦୟ ସିଂ ସିଧାର(୪୦)। ସେହିପରି ଅନ୍ୟ ୨ଜଣ ମୃତ ଅଂଶୁମାନଙ୍କ ଭଉଣୀ ଅଂଶିକା(୭) ଏବଂ ବାପା ନୈମିଶ(୪୨) ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି।
ସୂଚନା ଅନୁଯାୟୀ, ମୃତାହତ ସ୍କର୍ପିଓ ଗାଡ଼ିରେ ପଦ୍ମପୁର ପାଖ ସତିଆଁ ଗ୍ରାମକୁ ଯାଉଥିଲେ। ନୈମିଶ ପରିବାର ଲୋକଙ୍କ ସହିତ ଉକ୍ତ ଗ୍ରାମର ତାଙ୍କ ଶ୍ୱଶର ଘରକୁ ଆସୁଥିଲେ। ମାତ୍ର ଘେଁସ୍‌ ନିକଟ ଏକ ଢ଼ାବା ଆଗରେ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ସ୍କର୍ପିଓ ଧକ୍କା ଦେଇଥିଲା। ଫଳରେ ତୀବ୍ରବେଗରେ ଆସୁଥିବା ସ୍କର୍ପିଓର କିଛି ଅଂଶ ଟ୍ରକ ପଛପଟକୁ  ପଶି ଯାଇଥିଲା। ଖବର ପାଇ ମେଲଛାମୁଣ୍ଡା ଥାନା ପୋଲିସ ଅଗ୍ନିଶମ କର୍ମଚାରୀଙ୍କ ସହିତ ଘଟଣାସ୍ଥଳକୁ ପହଞ୍ଚିଥିଲା। ସେଠାରୁ ମୃତାହତଙ୍କୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ଆଣିଥିଲା। ତେବେ ଅଂଶୁ ଏବଂ ଲିଲିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ୩ଜଣଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍କର୍ପିଓ ଡ୍ରାଇଭର ଉଦୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୋହେଲା ଥାନା ପୋଲିସ ଏ ନେଇ ଏକ ମାମଲା(ନଂ-୩୯/୨୫) ରୁଜୁ ସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?