Categories: ଜାତୀୟ

ପୋଲିସ ବସ ଉପରେ ଗୁଳି ବର୍ଷା

ଶ୍ରୀନଗର,୧୩।୧୨: ଶ୍ରୀନଗରର ଉପକଣ୍ଠ ଜଓ୍ବୋନ ଅଞ୍ଚଳରେ ଏକ ପୋଲିସ ବସ୍‌ ଉପରେ ସୋମବାର ସନ୍ଧ୍ୟାରେ ଆଖି ବୁଜା ଗୁଳି ଚଳାଇଛନ୍ତି ଦୁଇ ଆତଙ୍କବାଦୀ। ଏହି ଆକ୍ରମଣରେ ଜମ୍ମୁ-କଶ୍ମୀର ସଶସ୍ତ୍ର ପୋଲିସର ୩ ଯବାନ ଶହୀଦ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପାନ୍‌ଥା ଛକରେ ଘଟିଥିବା ଟୁଇଟ୍‌ କରି ସୂଚନା ଦେଇଛି କଶ୍ମୀର ଜୋନ ପୋଲିସ।

ଆହତ ଯବାନଙ୍କୁ ଉଦ୍ଧାର କରି ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାନ୍‌ଥା ଛକ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଆତଙ୍କବାଦୀଙ୍କ ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଥିବା କୁହାଯାଇଛି।

Share