କନ୍ୟାଯାତ୍ରୀଙ୍କ ଉପରେ ମାଡିଗଲା ସ୍କର୍ପିଓ: ୩ ମୃତ,୧୨ ଆହତ

ଗୋପାଳପୁର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧୀନ ମାଣ୍ଡିଆପଲ୍ଲୀ ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ମହାନଗର ଅଞ୍ଚଳର ଲାଞ୍ଜିପଲ୍ଲୀ କେଶବ ନଗରର ସ୍ବପ୍ନା ରେଡି ସଞ୍ଜୁ ରେଡି ଓ ଭାରତୀ ରେଡି(୧୨)ବୋଲି ଜଣାପଡିଛ। ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛ।

ମିଳିଥିବା ସୂଚନା ଅନୁଯାୟୀ, ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ଗୋଟିଏ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିପଲ୍ଲୀ ଗ୍ରାମରୁ କନ୍ୟାଯାତ୍ରୀମାନେ ମାଣ୍ଡିଆପଲ୍ଲୀରେ ପହଞ୍ଚିଥିଲେ। ସମସ୍ତେ ଗାଡିରୁ ଓହ୍ଲାଇ ରାସ୍ତା ଉପରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଲୋକ ଠିଆ ହୋଇ ବର ପକ୍ଷର ଲୋକଙ୍କୁ ଅପେକ୍ଷା କରିବା ସହ ଫୋଟ ଉଠାଉଥିଲେ। ଠିକ୍‌ ଏହି ସମୟରେ ଏକ ସ୍କର୍ପିଓ ଦ୍ରୁତ ଗତିରେ ଆସି କନ୍ୟାଯାତ୍ରୀଙ୍କ ଉପରେ ମାଡିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିି ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିକୁ ପଠାଯାଇଥିଲା। ହେଲେ ସେଠାରେ ୩ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି l ଜଣେ ଗୁରୁତରଙ୍କୁ ବିଶାଖାପାଟମକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବରପାଇ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ.ଗୋପବନ୍ଧୁ ଦାଶ ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚି ଆହତ ପରିବାର ବର୍ଗ ସହ ଆଲୋଚନା କରିବା ସହ ଆହତମାନଙ୍କୁ କିଭଳି ଉତ୍ତମ ସ୍ବାସ୍ଥ୍ୟ ସେବା ମିଳିବ ନେଇ ମେଡିକାଲ କର୍ତ୍ତୃପକ୍ଷ ସହ ଆଲୋଚନା କରିଥିଲେ। ଅନ୍ୟପଟେ ସ୍କର୍ପିଓ ଚାଳକ ଜଣଙ୍କ ମଦ୍ୟପାନ କରି ଗାଡି ଚଳାଇଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଛି l ମର୍ମନ୍ତୁଦ ଦୁର୍ଘଟଣା