୩ ଦିନିଆ ପର୍ଯ୍ୟଟନ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର, ୨୩।୯: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ୩ଦିନିଆ ‘ପର୍ଯ୍ୟଟନ ମେଳା’ ଭୁବନେଶ୍ୱରର ହୋଟେଲ ପାଲ୍‌ ହାଇଟ୍ସ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜମ୍‌ ଆଣ୍ଡ ଟ୍ରାଭେଲ୍‌ ମ୍ୟାନେଜମେଣ୍ଟ, ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ମହସବିର୍‌ ହୁସେନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତ ପର୍ଯ୍ୟଟନ ମନ୍ତ୍ରଣାଳୟର ସହକାରୀ ନିର୍ଦ୍ଦେଶକ ରଶ୍ମି ସୋନିଆ ତିର୍କୀ, ରାଜସ୍ଥାନ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପୱନ ଜେନ୍‌, ସହକାରୀ ନିର୍ଦ୍ଦେଶକ ତେସେନା ଯାଦବ, ହିମାଚଳ ପର୍ଯ୍ୟଟନ ବିଭାଗର ସଞ୍ଜୀବ କୁମାର, ଗୁଜରାଟ ପର୍ଯ୍ୟଟନ ବିଭାଗର ସୁରବୀ ଶର୍ମା, ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗର ସୌରଭ ପାଣ୍ଡେ, ସ୍ୟାଣ୍ଡ୍‌ ପେ ବୁଲ୍ସ୍‌ ଟୁର୍‌ ଏବଂ ଟ୍ରଭେଲ୍‌ର ପରିଚାଳନା ନିର୍ଦ୍ଦେଶକ ଆଲୋକ ମହାରଣା ଏବଂ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ସୁବ୍ରତ ଭୌମିକ୍‌ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ଏହି ମେଳା ୨୦୨୩ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗ ସହ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଉକ୍ତ ମେଳାର ଆୟୋଜନ କରାଯାଉଛି। ଏ ସମ୍ପର୍କରେ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ସୁବ୍ରତ ଭୌମିକ୍‌ କହିଛନ୍ତି, ପର୍ଯ୍ୟଟନ ମେଳା ହେଉଛି ଭ୍ରମଣପ୍ରେମୀଙ୍କ ମଧ୍ୟରେ ପର୍ଯ୍ୟଟନର ଉସତ୍ାହକୁ ବଢାଇବା ପାଇଁ ଏକ ଅଭିନବ ପ୍ରୟାସ। ଏହା ସହ ସମସ୍ତ ଆବଶ୍ୟକ ଟ୍ରାଭେଲ୍‌ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ଉକ୍ତ ମେଳାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ପର୍ଯ୍ୟଟନର ଉସତ୍ାହକୁ ବଢାଇବ। ଏହି ପ୍ରଦର୍ଶନୀ ଦ୍ୱାରା ଭ୍ରମଣ ବାଣିଜ୍ୟରେ ନୂତନ ଉନ୍ନତି ଆସିବା ସହ ମେଳାକୁ ଆସୁଥିବା ସମସ୍ତ ଭ୍ରମଣକାରୀ,ଅଂଶଗ୍ରହଣ କରୁଥିବା ଭ୍ରମଣ ବାଣିଜ୍ୟ ସଦସ୍ୟ ଏବଂ ଶିଳ୍ପ ସହ ଜଡିତ ଲୋକମାନଙ୍କ ସହିତ ନିଜର ଯୋଗାଯୋଗ ଓ ଶକ୍ତିଶାଳୀ ବ୍ୟବସାୟ ନେଟ୍‌ୱର୍କର ବିକାଶ କରିପାରିବେ। ଡ. ମହସବିର୍‌ ପର୍ଯ୍ୟଟନର ଭବିଷ୍ୟତ ବିଷୟରେ ବିସ୍ତୃତ ଆଲୋପାତ କରିବା ସହିତ ଓଡ଼ିଶା ତଥା ଭାରତରେ ମଧ୍ୟ ସମୃଦ୍ଧ ଏତିହ୍ୟ ରହିଛି ବୋଲି ସେ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri