ଆଜିଠୁ ୩ ଦିନିଆ ଆଇସୋକନ୍‌

ଭୁବନେଶ୍ୱର,୧୧ା୧୧:ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘ (ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ଓଟୋଲୋଜି-ଆଇସୋକନ୍‌)ର ୩୦ତମ ଜାତୀୟ ସମ୍ମିଳନୀ ଆଇସୋକନ୍‌ ଶୁକ୍ରବାରଠାରୁ ଆରମ୍ଭ ହେବ। ଏପରିକି ଉକ୍ତ ସମ୍ମିଳନୀ ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହା କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (କିସ୍‌) ସହଯୋଗରେ ପ୍ରଥମ ଥର ଲାଗି ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ସମ୍ମିଳନୀର ଉଦ୍‌ଘାଟନୀ ଉସତ୍ବରେ ମନ୍ତ୍ରୀ ନବକିଶୋର ଦାସ ଏବଂ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ଲୋକ ସଭା ସଦସ୍ୟ ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ସମ୍ମିଳନୀ ଆୟୋଜନ କମିଟିର ଯୁଗ୍ମ ଅଧ୍ୟକ୍ଷ ତଥା କିମ୍‌ସର ବରିଷ୍ଠ ଚିକିତ୍ସକ ମୁଖ୍ୟ ପ୍ରଫେସର ଡା. କବିକାନ୍ତ ସାମନ୍ତରାୟ ସୂଚନା ଦେଇଛନ୍ତି। ସେହିଭଳି ଉକ୍ତ ସମ୍ମିଳନୀରେ ଦେଶ ବିଦେଶରୁ ୧୦୦୦ରୁ ଉର୍ଦ୍ଧ୍ୱ କର୍ଣ୍ଣ ଅସ୍ତ୍ରୋପଚାର ବିଶେଷଜ୍ଞ (ଓଟୋଲୋଜିଷ୍ଟ) ଯୋଗଦେବେ ବୋଲି ସାମନ୍ତରାୟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରିଟେନ୍‌, ବ୍ରାଜିଲ୍‌ ଓ ଅନ୍ୟାନ୍ୟ ୟୁରୋପୀୟ ଦେଶର କର୍ଣ୍ଣ ବିଶେଷଜ୍ଞଙ୍କ ଅସ୍ତ୍ରୋପଚାରର ସିଧା ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଉକ୍ତ ସମ୍ମିଳନୀରେ କର୍ଣ୍ଣ ରୋଗ ଚିକିସତ୍ା କ୍ଷେତ୍ରରେ ଅଗ୍ରଗତି ବିଶେଷକରି ଶିଶୁ କର୍ଣ୍ଣ ରୋଗ, ଶିଶୁମାନଙ୍କ ଶ୍ରବଣ ଶକ୍ତି ହ୍ରାସର ଚିକିସତ୍ା ଉପରେ ମଧ୍ୟ ବିସ୍ତୃତ ଆଲୋଚନାର କାର୍ଯ୍ୟକ୍ରମ ରହିଛି ବୋଲି ସାମନ୍ତରାୟ ମତପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କମିଟିର ସମ୍ପାଦକ ତଥା କିମ୍ସ କର୍ଣ୍ଣ, ନାସା ଓ ଗଳା ବିଭାଗର ପ୍ରଫେସର ଡା. ଖଗେଶ୍ୱର ରାଉତ, ସମ୍ମିଳନୀ ଆୟୋଜନ କମିଟି ଅଧ୍ୟକ୍ଷ ଡା.ଏସ୍‌.ଏନ୍‌.ପଣ୍ଡା, ଡା.ରାଜଲକ୍ଷ୍ମୀ ପାଣିଗ୍ରାହୀ, ଡା.ଏମ୍‌. ଇଲାମ୍ବବର୍ତ୍ତି, ଡା.ଆପ୍ପା ରାଓ, ଡା.ରବି ରାମଲିଙ୍ଗମ ଏବଂ ଡା.ଦୀପକ ଡାଲମିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri