ଆଜିଠାରୁ ୩ ଦିନିଆ ‘କ୍ରାଫ୍ଟ ମେଳା’

ନୂଆଦିଲ୍ଲୀ,୧୭।୩:ରିଲାଏନ୍ସ ରିଟେଲ୍ସର ସହଯୋଗୀ ସଂସ୍ଥା ତଥା ଇ କର୍ମସ ପ୍ଲାଟ୍‌ଫର୍ମ ଜିଓ ମାର୍ଟ ପକ୍ଷରୁ ଏକ ୩ଦିନିଆ ସର୍ବବୃହତ୍‌ ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ସାମଗ୍ରୀର ବ୍ୟାପକ ସମ୍ଭାର ‘କ୍ରାପ୍ଟ ମେଳା’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ମେଳା ଚଳିତ ବର୍ଷ ମାର୍ଚ୍ଚ ୧୭ରୁ ୧୯ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ବୁଣାକାର ଓ ଚିତ୍ରଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ମେଡ୍‌ ଇନ୍‌ ଇଣ୍ଡିଆ ଉତ୍ପାଦକୁ ପ୍ରମୋଟ କରିବା ସହ ବୁଣାକାର ଓ ଚିତ୍ରଶିଳ୍ପୀମାନଙ୍କୁ ସଶକ୍ତ କରାଇବା ଲକ୍ଷ୍ୟରେ ଏହି ମେଳାର ଆୟୋଜନ କରାଯାଇଥିବା ଜଣାପଡିଛି। ସେହିଭଳି ଉକ୍ତ ମେଳା ଦ୍ୱାରା ପ୍ରାୟ ୨୨ଟି ରାଜ୍ୟର ୧୦,୦୦୦ରୁ ଅଧିକ ବୁଣାକାର ଓ ଚିତ୍ରଶିଳ୍ପୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ସାଙ୍ଗକୁ କାରବାର ମଧ୍ୟ କରିପାରିବେ। ଫଳରେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ଏପରିକି ଏହି ପରିପ୍ରେକ୍ଷୀରେ ଭାରତୀୟ ଗ୍ରାହକମାନେ ପ୍ରାୟ ୮୫,୦୦୦ ଗୁଣାତ୍ମକ ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ୍ଟ ଉତ୍ପାଦ ପାଇପାରିବେ। ଜିଓ ମାର୍ଟର ସିଇସି ସନ୍ଦୀପ ଭାଗ୍ରନ୍ତି କହିଛନ୍ତି, ଜିଓ ମାର୍ଟ ଭାରତୀୟ ବୁଣାକାର ଓ ଚିତ୍ରଶିଳ୍ପୀମାନଙ୍କୁ ସଶକ୍ତ କରାଇବା ସହ ଆର୍ଥିକ ବ୍ୟବସ୍ଥାରେ ମଧ୍ୟ ବେଶ୍‌ ସହାୟକ ହେବ। ବୁଣାକାର ଓ ଚିତ୍ରଶିଳ୍ପୀଙ୍କ ସାମଗ୍ରୀର ବ୍ୟବସାୟ ପାଇଁ ଉପଯୁକ୍ତ ପ୍ଲାଟ୍‌ଫର୍ମ ଯୋଗାଇବା ସହ ବ୍ୟବସାୟ ଅଭିବୃଦ୍ଧିରେ ମଧ୍ୟ ଆବଶ୍ୟକ ସହଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri