‘ଇନ୍‌କ୍ରେଡେବୁଲ୍‌ ଜୁଏଲେରି ସେଲ୍‌ ଅଫ୍‌ ଦ ଇୟର’

ନୂଆଦିଲ୍ଲୀ,୧୭।୩:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଆକର୍ଷଣୀୟ ଅଫରର ଶୁଭାରମ୍ଭ କରାଯାଇଛି। ବିଶେଷକରି ପ୍ରତିଷ୍ଠାନ ତା’ର ପୃଷ୍ଠପୋଷକମାନଙ୍କ ପାଇଁ ବର୍ଷର ଅଭୂତପୂର୍ବ ଅଳଙ୍କାର ସେଲ୍‌ ବା ‘ଇନ୍‌କ୍ରେଡେବୁଲ୍‌ ଜୁଏଲେରି ସେଲ୍‌ ଅଫ୍‌ ଦ ଇୟର’ର ଆୟୋଜନ କରିଥିବା ଜଣାପଡିଛି। ଉକ୍ତ ସେଲ ଜରିଆରେ ଅଳଙ୍କାରପ୍ରେମୀମାନଙ୍କୁ ତାଙ୍କର ସମସ୍ତ ପ୍ରିୟ ଅଳଙ୍କାର ଉପରେ ଆକର୍ଷଣୀୟ ରିହାତି ଅଫର୍‌ ଉପଭୋଗ କରିବାର ସୁଯୋଗ ମିଳିଥାଏ। ଏପରିକି ଗ୍ରାହକମାନେ ବର୍ତ୍ତମାନ ସୁନା, ହୀରା, ରତ୍ନ ପଥର ଏବଂ ରୁପା ଅଳଙ୍କାର ସମେତ ସମସ୍ତ ଅଳଙ୍କାରର ଗଢ଼ା ମଜୁରି ଉପରେ ସିଧାସଳଖ ୫୦%ର ରିହାତି ଉପଭୋଗ କରିପାରିବେ। ଅପରପକ୍ଷରେ ବିସ୍ପୋକ୍‌ ଅଳଙ୍କାର ସମ୍ମାନର ସମୁଦାୟ ପରିସର ସହିତ ଅଫର ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଅଳଙ୍କାର କିଣିବାର ଅନୁଭୂତିକୁ ଆନନ୍ଦମୟ ଓ ସ୍ମରଣୀୟ କରିବ। ଏ ସମ୍ପର୍କରେ ଜୟଆଲୁକ୍ଳାସ୍‌ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସ୍‌ କହିଛନ୍ତି, ଆମ୍ଭେମାନେ ଅଭୂତପୂର୍ବ ଅଳଙ୍କାର କିଣାକିଣି ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଆମ ପୃଷ୍ଠପୋଷକମାନେ ଏ ବିଷୟରେ ନିଶ୍ଚିତ ରହିପାରିବେ। ଆମର ଲକ୍ଷ୍ୟ ହେଉଛି ସେମାନଙ୍କର ପ୍ରତିଟି ଆବଶ୍ୟକତା ପୂରଣ କରିବା ପାଇଁ ସୂକ୍ଷ୍ନ ଓ ବ୍ୟାପକ ଅଳଙ୍କାରର ସମ୍ଭାର ଆଣିଦେବା। ଏହି ସେଲ୍‌ ଅବସରରେ ସମସ୍ତ ଅଳଙ୍କାରର ଗଢା ମଜୁରି ସିଧାସଳଖ ୫୦% ରିହାତି ମିଳୁଛି। ବିଶେଷକରି ଗ୍ରାହକମାନେ ନିକଟତମ ସ୍ବୟଂ ସମ୍ପୂର୍ଣ୍ଣ ଶୋ’ରୁମ୍‌କୁ ଯାଇପାରିବେ। ଯାହାର ବୈଶିଷ୍ଟ୍ୟ ହେଉଛି ସୁନ୍ଦର ପରିବେଶ, ପ୍ରିମିୟମ୍‌ ସୁବିଧା ଓ ଉତ୍ତମ ଗ୍ରାହକ ସେବା, ତାହା ସହିତ ଆକର୍ଷଣୀୟ ଅଫର୍‌ ସହ ଅଭୂତପୂର୍ଣ୍ଣ ଅଳଙ୍କାର କିଣାକିଣିର ଅନୁଭୂତି ଉପଭୋଗ କରିପାରିବେ। ଉଲ୍ଲେଖଯୋଗ୍ୟ, ଇନ୍‌କ୍ରେଡେବୁଲ୍‌ ଜୁଏଲେରି ସେଲ୍‌ ଅଫ୍‌ ଦ ଇୟର୍‌ର ଅଫର୍‌ ଚଳିତ ବର୍ଷ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ନ ଭାରତବ୍ୟାପୀ ସମସ୍ତ ଜୟଆଲୁକ୍କାସ୍‌ ଶୋ’ରୁମ୍‌ରେ ବୈଧ ରହିଛି। ଏହି ସ୍ବତନ୍ତ୍ର ଅଫର୍‌ ସହ ଜୟଲକ୍କାସ ଶୋ’ରୁମ୍‌ରେ କ୍ରୟ କରାଯାଇଥିବା ଯେ କୌଣସି ଅଳଙ୍କାର ନିମନ୍ତେ ଏକ ବର୍ଷର ମାଗଣା ବୀମା ଏବଂ ଆଜୀବନ ମାଗଣା ରକ୍ଷାଣାବେକ୍ଷଣା ସହିତ ସେମାନଙ୍କୁ ବାଏ ବ୍ୟାକ୍‌ ପ୍ରତିଶ୍ରୁତିର ଆଶ୍ୱାସନା ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?