ନିବେଶକଙ୍କର ୫୦ହଜାର କୋଟି ଲାଭ

ନୂଆଦିଲ୍ଲୀ,୧୭।୩:ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ମଧ୍ୟରେ ଭାରତୀୟ ଶେୟାର ମାର୍କେଟର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଗୁରୁବାର ଶେୟାର ବଜାରର କାରବାରରେ ଉତ୍ସାହ ଦେଖାଦେଇଛି। ଫଳରେ ଦଲାଲ ଷ୍ଟ୍ରିଟ୍‌ର ନିବେଶକମାନେ ପ୍ରାୟ ୫୦,୦୦୦ କୋଟି ଟଙ୍କାର ନିବେଶ ବଢ଼ାଇ ପାରିଛନ୍ତି। ବିଶେଷକରି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ରେ ସୂଚୀବଦ୍ଧ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ବୁଧବାର ୨୫୫.୪୦ ଲକ୍ଷ କୋଟିରେ ରହିଥିଲା। ମାର୍ଚ୍ଚ ୧୬ରେ କାରବାର ବୃଦ୍ଧି ଯୋଗୁ ବଜାର ପୁଞ୍ଜିରେ ମଧ୍ୟ ବୃଦ୍ଧି ଘଟି ୨୫୬.୪୦ଲକ୍ଷ କୋଟି ଟଙ୍କା ହୋଇଛି।
ଅପରପକ୍ଷରେ ଲଗାତର ୫ଦିନ ଧରି ଶେୟାର ବଜାର କାରବାରରେ ହ୍ରାସ ଦେଖା ଦେଇଥିବା ବେଳେ ଗୁରୁବାର ବଜାର କାରବାରରେ ପରି ବର୍ତ୍ତନ ଦେଖାଦେଇଛି। ଏପରିକି ନିମ୍ନମୁଖୀ ଥିବା ଶେୟାର ବଜାର କାରବାରରେ ଦୁଇ ପ୍ରମୁଖ ସୂଚକାଙ୍କ ସବୁଜ ସଙ୍କେତରେ ବନ୍ଦ ହୋଇଥିଲା। ଫଳରେ ସେନ୍‌ସେକ୍ସ ୭୯ ପଏଣ୍ଟ ବଢ଼ିଥିବା ବେଳେ ନିଫ୍ଟି ପୁଣି ଥରେ ୧୭,୦୦୦ ଅଙ୍କ ପାର କରିଛି। ବିଶେଷକରି ଗୁରୁବାରର କାରବାର ସମୟରେ ଏଫ୍‌ଏମ୍‌ସିଜି, ୟୁଟିଲିଟି ପାୱାର, ଅଏଲ ଆଣ୍ଡ ଗ୍ୟାସ୍‌ ସହ ରିୟଲ୍ଟିର ଶେୟାରରେ ବୃଦ୍ଧି ଦେଖିବାକୁ ମିଳିଛି। ଏପରିକି ଆଇଟି, ମେଟାଲ ଏବଂ ଟେକ୍‌ କମ୍ପାନୀଗୁଡ଼ିକର ଶେୟାରରେ ବିକ୍ରି ମଧ୍ୟ ଜାରି ରହିଛି। ବୃହତ୍‌ ବଜାରରେ ମିଶ୍ରିତ ସଙ୍କେତ ଦେଖିବାକୁ ମିଳିଛି। ସେହିପରି ବିଏସ୍‌ଇର ମିଡ୍‌କ୍ୟାପ୍‌ରେ କୌଣସି ପରିବର୍ତ୍ତନ ଦେଖାଯାଇ ନ ଥିବା ବେଳେ ସ୍ମଲ୍‌କ୍ୟାପ୍‌ ଇଣ୍ଡେକ୍ସରେ ୦.୬୯% ର ହ୍ରାସ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri