Posted inଜାତୀୟ

ହରିୟାଣାରେ ଥ୍ରୀ-ଡି ବନାମ ଥ୍ରୀ-ପି ଲଢ଼େଇ…

ଚଣ୍ଡିଗଡ଼,୨୧।୬ : ସମ୍ପ୍ରତି ହରିୟାଣାରେ ଥ୍ରୀ-ଡି ବନାମ ଥ୍ରୀ-ପି ଲଢ଼େଇ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପାର ଚାଣକ୍ୟ ଅମିତ ଶାହା ସିରସା ଗସ୍ତ ସମୟରେ ଦେଇଥିବା ଭାଷଣ ଦ୍ୱାରା ଏହି ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି।

ଅମିତ ଶାହା କହିଛନ୍ତି ଦଶ ବର୍ଷ ପୂର୍ବେ ହରିୟାଣାରେ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଏକ ଥ୍ରୀ-ଡି ସରକାର ଚଳାଇଥିଲେ। ଅର୍ଥ ଦରବାରୀ, ଦାମାଦ(ଜ୍ୱାଇଁରବର୍ଟ ଭଦ୍ରା) ଏବଂ ଡିଲର। ଅମିତ ଶାହା ହରିୟାଣାରେ ୨୦୨୪ ଲୋକସଭା ନିର୍ବାଚନ ଶଙ୍ଖନାଦ କରିବାକୁ ଆସିଥିଲେ। ତାଙ୍କ ଆଗମନ ପୂର୍ବରୁ ୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଲୋକଙ୍କ ମଧ୍ୟକୁ ପ୍ରଚାର ପାଇଁ ଯାଇଥିଲେ। ଗୃହମନ୍ତ୍ରୀ ଅନିଲ ବିଜ ମଧ୍ୟ ତାଙ୍କର ସକ୍ରିୟତା ବୃଦ୍ଧି କରିଥିଲେ। ଏହା ସତ୍ତ୍ୱେ ଏହା ସାମ୍ନାକୁ ଆସୁଛି ଯଦି ଭାଜପାର ଚାଣକ୍ୟ ଥ୍ରୀ-ଡି ଆଣିଛନ୍ତି, ତେବେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଥ୍ରୀ-ପି ସୂତ୍ର ସହିତ ଜନସାଧାରଣଙ୍କ ନିକଟକୁ ଯାଉଛନ୍ତି। ଏଗୁଡ଼ିକ ହେଉଛି ପେନସନ, ପରିବାର, ପରିଚୟ ପ୍ରତ୍ର ଏବଂ ପୋର୍ଟାଲ ।

ଭୁପେନ୍ଦ୍ର ହୁଡା କହିଛନ୍ତି ଭାଜପା ସରକାରଙ୍କ ସମୟରେ ପ୍ରତ୍ୟେକ ବ୍ୟକ୍ତି ଏହି ଥ୍ରୀ-ପି ଅସୁବିଧାରେ ପଡ଼ିଛନ୍ତି। ସେ ପରିଚୟ ପତ୍ରକୁ ହଇରାଣ ପତ୍ର(ପରିଶାନ ପତ୍ର) ବୋଲି କହିଛନ୍ତି। ସେହିପରି ପୋର୍ଟାଲଗୁଡିକ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ହୋଇଛି ଯାହାଦ୍ୱାରା ଡିଜିଟାଲ କର୍ମଚାରୀମାନେ ସମସ୍ୟାରେ ପଡ଼ିଛନ୍ତି। କୃଷି ପୋର୍ଟାଲ ନେଇ କୃଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପରିବର୍ତ୍ତନ ଯାତ୍ରାରେ ଥିବା ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ(ଆଇଏନଏଲଡି) ବିଧାୟକ ତଥା ସାଧାରଣ ସଚିବ ଅଭୟ ଚୈତନ୍ୟ ମଧ୍ୟ ଏହି ଥ୍ରୀ-ପି କୁ ଟାର୍ଗେଟ କରୁଛନ୍ତି। ସେ କହିଛନ୍ତି ଏହି ପୋର୍ଟାଲଗୁଡିକ ପୂରଣ କରିବାରେ ପରିବାରର ଜଣେ ସଦସ୍ୟ ସବୁକାମ ଛାଡି ନିୟୋଜିତ ଅଛନ୍ତି। ଏହିପରି ଭାବରେ ଜନସାଧାରଣଙ୍କୁ ଥ୍ରୀ-ଡି ରୁ ମୁକ୍ତି ପାଇବାକୁ ଭୋଟ ଦେବେ କି ଥ୍ରୀ-ପି ରୁ ମୁକ୍ତି ପାଇବା ପାଇଁ ବଟନ ଦବାଇବାକୁ ନିଷ୍ପତ୍ତି ନେବାକୁ ପଡିବ ସେ ନେଇ ରାଜନୈତିକ ସମୀକ୍ଷକଙ୍‌ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଏହି ଥ୍ରୀ-ପି କୁ ତାଙ୍କ ସରକାରଙ୍କ ଶକ୍ତି ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଏହା ହରିୟାଣା ଲୋକଙ୍କ ଜୀବନରେ ଏକ ଅବିଶ୍ୱସନୀୟ ପରିବର୍ତ୍ତନ ଆଣିବ ତଥା ହରିୟାଣାର ଭବିଷ୍ୟତ ପଢ଼ି଼ି ମଧ୍ୟ ଏହା ଦ୍ୱାରା ବହୁ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri