Categories: ଜାତୀୟ

ପଛରେ ଚାଲିଛନ୍ତି ୩ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ନିକଟରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ଆସନରେ ପଛୁଆ ଚାଲିଥିବା ଜଣାପଡ଼ିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଦୁଇଟି ଆସନରେ ପଛୁଆ ଚାଲିଛନ୍ତି। ସେ ଚମକୌର ସାହିବ ଏବଂ ଭାଦୌର ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଏଏପ୍‌ ପ୍ରାର୍ଥୀ ଚରନଜିତ ସିଂ ଚାମକୌର ସାହିବ ଆସନରେ ଆଗୁଆ ଥିବା ବେଳେ ସମାନ ପାର୍ଟିର ଲଭ ସିଂ ଉଗୋକେ ଭାଦୌରରୁ ଆଗରେ ଚାଲିଛନ୍ତି। ଚନ୍ନିଙ୍କ ଭଳି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ସେମାନଙ୍କ ଆସନରେ ଏବେ ପଛରେ ଅଛନ୍ତି। ଏପରିକି ପଞ୍ଜାବ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂ ସିଦ୍ଧୁ ମଧ୍ୟ ତାଙ୍କ ଆସନରେ ପଛରେ ଥିବା ସୂଚନା ମିଳିଛି। ଗଣତି ଆହୁରି ରାଉଣ୍ଡ ବାକି ଥିବାରୁ ଫଳାଫଳ ବଦଳି ପାରେ।

Share