Categories: ଜାତୀୟ

ଗଛରେ ପିଟି ହେଲା କାର୍‌: ୩ ଜୀବନ୍ତ ଦଗ୍ଧ

ବିଳାସପୁର,୨୨।୧: ଛତିଶଗଡ଼ର ବିଳାସପୁର ଜିଲାରେ ଏକ କାର୍‌ ଗଛରେ ପିଟି ହୋଇ ଜଳିଯିବାରୁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖଇରା-ପୋଦି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିିଛି। ଶରୀର ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ମୃତକମାନଙ୍କୁ ଚିହ୍ନଟ କରାଯାଇ ନାହିଁ। କାର୍‌ଟି ବିଳାସପୁର ତୋରଭା ଅଞ୍ଚଳର ଶାହନଓ୍ବାଜ ଖାନ୍‌ଙ୍କ ବୋଲି ଜଣାପଡିଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share