ସୋଲଫୁଲରେ ଝଲସିବ ୩ ରଥ: ସେବାରେ ଗୁରୁଜଙ୍ଗ ଭୋଇ ପରିବାର

ଖୋର୍ଦ୍ଧା,୨୩ା୬(ପ୍ରଭାତ ପାଣିଗ୍ରାହୀ)ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ରଥ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚାକୁ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଅନ୍ୟପଟେ ତିନି ରଥରେ ଝଲସିବ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହି ରାଜକିଶୋର ଓ ବୀରକିଶୋର ନାୟକ ପରିବାରଙ୍କ ହାତତିଆରି ସୋଲଫୁଲ। ଏଥିଲାଗି ଦିନରାତି ଲାଗିପଡ଼ିଛନ୍ତି ଏହି ପରିବାର। ନେତ୍ରୋତ୍ସବ ଦିନ ସିଂହଦ୍ୱାରରେ ତିନିରଥ ଲାଗିବା ପରେ ଏହି ପରିବାର ଦ୍ୱାରା ସୋଲରେ ପ୍ରସ୍ତୁତ କଦମ୍ବ, ସୂର୍ଯ୍ୟମୁଖୀ, ସେବତି ଆଦି ବିଭିନ୍ନ କିସମର ଫୁଲରେ ସଜ୍ଜେଇ ହେବ ତିନି ରଥ। ଗତ ୨୨ବର୍ଷ ଧରି ବିନା ପାରିଶ୍ରମିକରେ ସେବା ଯୋଗାଇ ଆସୁଛି ଏହି ପରିବାର। ମହାପ୍ରଭୁଙ୍କ ସେବାରେ ପାରିଶ୍ରମିକର କୌଣସି ମୂଲ୍ୟ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ରାଜକିଶୋର କୁହନ୍ତି, ୧୯୯୯ ମସିହାରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ଲାଗି ଭାଇମାନେ ମିଶି ଯାଇଥିଲୁ। ରଥାଋଢ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ସମୟରେ ଭାବବିହ୍ବଳ ହୋଇ ରଥରେ ସେବା ସୁଯୋଗ ଦେବା ଲାଗି ନିବେଦନ କରିଥିଲୁ। ସୋଲ କାରିଗର ହୋଇଥିବାରୁ ରଥ ଚତୁଃପାର୍ଶ୍ୱକୁ ସୋଲରେ ନିର୍ମିତ ଫୁଲରେ ସାଜସଜ୍ଜା ଲାଗି ମହାପ୍ରଭୁଙ୍କୁ ଗୁହାରି ଜଣାଇଥିଲୁ। ମହାପ୍ରଭୁଙ୍କ ସ୍ବପ୍ନାଦେଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲୁ। ଶ୍ରୀମନ୍ଦିର ପ୍ରଶାସନ ସୋଲ ଫୁଲ ଲାଗି ଅନୁମତି ପ୍ରଦାନ କରିଥିଲେ। ଏହା ମହାପ୍ରଭୁଙ୍କ ଆଶୀର୍ବାଦ ଭାବି କିଛି ଫୁଲ ପ୍ରସ୍ତୁତ କରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ପଣ କରିଥିଲୁ। ସୋଲଫୁଲ ଦେଖି ଖୁସି ହୋଇଥିଲେ। ୨୦୦୪ ମସିହାରେ ତତ୍କାଳୀନ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପରିଚାଳକ ରଥରେ ସୋଲଫୁଲ ସଜ୍ଜାଇବା ପାଇଁ ଅନୁମତିପତ୍ର ପ୍ରଦାନ କରିଥିଲେ। ସେବେଠାରୁ ଏହି ସେବା ଜାରି ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପାରିଶ୍ରମିକ ମିଳି ନ ଥାଏ। ତେବେ ମହାପ୍ରଭୁଙ୍କ ସେବାରେ ପାରିଶ୍ରମିକର କୌଣସି ମୂଲ୍ୟ ନ ଥାଏ ବୋଲି ରାଜକିଶୋର କହିଛନ୍ତି। ସେହିପରି ବୀରକିଶୋର କୁହନ୍ତି, କାର୍ତ୍ତିକ ମାସଠାରୁ କାକଟପୁର, ଅସ୍ତରଙ୍ଗ, ନିମାପଡା ଆଦି ସ୍ଥାନରୁ ସୋଲ ସଂଗ୍ରହ କରାଯାଏ। ପରେ ଏହାକୁ ଖରାରେ ଶୁଖାଇ ପ୍ରସ୍ତୁତ କରାଯାଏ। ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହେବା ପରେ ପରିବାର ସଦସ୍ୟ ଶୁଦ୍ଧପୁତ ଭାବେ ମହାପ୍ରଭୁଙ୍କ ଆରାଧନା କରି କାର୍ଯ୍ୟ ଆରମ୍ଭ କରନ୍ତି। ଫୁଲ ପ୍ରସ୍ତୁତ ଲାଗି ସୋଲକୁ ବିଭିନ୍ନ ସାଇଜରେ କଟାଯାଏ। ଚୁମୁକି, ସୂତା ଏବଂ ବଡ଼ ଛୁଞ୍ଚି ବ୍ୟବହାର କରାଯାଇ ଫୁଲକୁ ଆକାର ଦିଆଯାଏ। ଏଥିରେ ପରିବାର ମହିଳାମାନେ ସହଯୋଗ କରିଥାନ୍ତି। ସେହିପରି କବିତା ନାୟକ କୁହନ୍ତି, ଘର ଲିପାପୋଛା ସହ ଅରୁଆ ଅନ୍ନ ଖାଇ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ନୀତି ନିୟମରେ କାର୍ଯ୍ୟ କରାଯାଇଥାଏ। ଘର କାମ ସରିବା ପରେ ଏହି କାମରେ ଲାଗିଥାନ୍ତି ପରିବାର। ମହାପ୍ରଭୁଙ୍କ ସେବା ଭାଗ୍ୟରେ ଥିଲେ ମିଳେ। ପ୍ରତିବର୍ଷ ମହାପ୍ରଭୁଙ୍କ ତିନି ରଥରେ ସୋଲରେ ନିର୍ମିତ ଫୁଲ ଖଞ୍ଜିବା ବେଳେ ଏକ ଅପୂର୍ବ ଆନନ୍ଦ ମିଳିଥାଏ। ଫୁଲ କାରିଗର ବାନାମ୍ବର କାଣ୍ଡି କୁହନ୍ତି, ନନ୍ଦିଘୋଷ ରଥରେ ଚଢ଼ି ଫୁଲ ସଜ୍ଜାଇବାରେ ଆନନ୍ଦ ମିଳେ। ନିରଞ୍ଜନ ନାୟକ କୁହନ୍ତି, କିଛି ବର୍ଷ ହେବ ଏହି ସେବା କରୁଛି। ମହାପ୍ରଭୁ ଏହି ସେବା ପ୍ରଦାନ କରିଥିବାରୁ ନିଜକୁ ଧନ୍ୟମନେ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri