ସିଂହଦ୍ୱାର ସମ୍ମୁଖରେ ୩ ରଥ

ପୁରୀ ଅଫିସ,୩୦ା୬: ଆସନ୍ତାକାଲି ଅର୍ଥାତ୍‌ ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ହେଉଛି ଉଭାଯାତ୍ରା। ରଥଯାତ୍ରା ପାଇଁ ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିଛି। ବିଜେ କାହାଳୀ ବାଜିବା ସହ ବିଧି ଅନୁସାରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ରଥ ଖଳାରୁ ସିଂହଦ୍ୱାରକୁ ଅଣାଯିବ। ପରେ ପରେ ଦେବୀ ସୁଭଦ୍ରା ଦେବଦଳନ ରଥ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ। ଦୁଇବର୍ଷ ପରେ ଏହି ତିଥିରେ ଦର୍ଶନ ମିଳୁଥିବାରୁ ଭକ୍ତଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।