ଗ୍ୟାରେଜ୍‌ ଉପରେ ଚଢ଼ିଗଲା ଟ୍ରକ୍‌

ନିରାକାରପୁର,୧୨।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ମା’ ଉଗ୍ରତାରାଙ୍କ ଫାଟକ ନିକଟରେ ଗୁରୁବାର ଏକ ଟ୍ରକ୍‌ ଧକ୍କାରେ ୩ ବାଇକ୍‌ ଭାଙ୍ଗି ଚୁରମାର୍‌ ହୋଇଯାଇଛି। ହେଲେ ଦୁର୍ଘଟଣାରେ ଉଠାଦୋକାନୀ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରରୁ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ମା’ ଉଗ୍ରତାରାଙ୍କ ଫାଟକ ନିକଟ ରାସ୍ତା ପାର୍ଶ୍ୱରେ ଥିବା ଏକ ଗ୍ୟାରେଜ୍‌ ଉପରେ ଚଢିଯାଇଥିଲା। ଫଳରେ ଗ୍ୟାରେଜରେ ଥିବା ୩ଟି ବାଇକ୍‌ ଭାଙ୍ଗି ଚୁରମାର୍‌ ହୋଇଯାଇଥିଲା। ଖବର ପାଇ ଭୂଷଣ୍ଡପୁର ଫାଣ୍ଡି ପୋଲିସ ପହଞ୍ଚି ଗାଡ଼ି ଚାଳକଙ୍କୁ ଧରି ଫାଣ୍ଡିକୁ ନେଇଥିବା ଜଣାପଡିଛି।