Posted inଖେଳ

ମାତ୍ର ୧୫ ବଲ୍‌ରେ ୩ ବଡ଼ ରେକର୍ଡ

ଥିରୁଭାନନ୍ତପୁରମ,୨୯।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦ୍ରୁତ ଅର୍ଶଦୀପ ସିଂ ଏବଂ ଦୀପକ ଚହର ପ୍ରଭାବଶାଳୀ ବୋଲିଂ କରିଥିଲେ। ମ୍ୟାଚ ଆରମ୍ଭର ୧୫ ବଲ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଅଧା ଦଳକୁ ପାଭିଲିୟନକୁ ପଠାଇଥିଲେ।
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ପାଞ୍ଚଟି ଉଇକେଟ ମାତ୍ର ନଅ ରନ୍‌ରେ ହରାଇଥିଲା।
ଭାରତୀୟ ବୋଲରମାନେ ପଞ୍ଚମଥର ପାଇଁ ଟି-୨୦ ମ୍ୟାଚରେ ପାୱାରପ୍ଲେରେ ପାଞ୍ଚଟି ଉଇକେଟ ନେଇଥିଲେ। ୨୦୦୭ରେ ଭାରତ ପ୍ରଥମ ଥର ପାଇଁ ଏହା କରିଥିଲା ଏବଂ ସେତେବେଳେ ବିରୋଧୀ ଦଳ ଦକ୍ଷିଣ ଆଫ୍ରିକା ଥିଲା। ସେହିଥର ଦକ୍ଷିଣ ଆଫ୍ରିକା ପାୱାରପ୍ଲେରେ ୩୧ ରନ ସ୍କୋର କରିବା ପରେ ପାଞ୍ଚଟି ଉଇକେଟ ହରାଇଥିଲା। ଏହା ପରେ, ୨୦୧୬ରେ ଭାରତ ୨୯ ରନରେ ଶ୍ରୀଲଙ୍କାର ପାଞ୍ଚଟି ଉଇକେଟ ନେଇଥିଲା। ଏଥି ସହିତ ୨୦୧୯ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୩୩ ରନ ପାଇଁ ପାଞ୍ଚଟି ଉଇକେଟ ନେଇଥିଲା। ସେହି ବର୍ଷ ଏସିଆ କପରେ ଭାରତ ଆଫଗାନିସ୍ତାନ ବିପକ୍ଷରେ ପାଞ୍ଚ ଉଇକେଟ ନେଇ ୨୧ ରନ ଦେଇଥିଲା। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ପାୱାରପ୍ଲେରେ ୩୦ ରନ ଦେଇ ପାଞ୍ଚଟି ଉଇକେଟ ନେଇଛି ଭାରତ।

ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ସର୍ବନିମ୍ନ ସ୍କୋରରେ ପାଞ୍ଚଟି ଉଇକେଟ ହରାଇବାରେ ପ୍ରଥମ ଦଳ ହୋଇପାରିଛି। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ମାତ୍ର ୯ ରନ୍‌ରେ ୫ ଉଇକେଟ୍‌ ହରାଇଥିଲା। ଏହା ପୂର୍ବରୁ ଆଫଗାନିସ୍ତାନ ଏସିଆ କପରେ ଭାରତ ବିପକ୍ଷରେ ୨୦ ରନ୍‌ରେ ପାଞ୍ଚଟି ଉଇକେଟ ହରାଇଥିଲା। ଏଥି ସହିତ, ୨୦୧୬ରେ ଶ୍ରୀଲଙ୍କା ମାତ୍ର ୧୬ ରନ ସ୍କୋର କରିବା ପରେ ପାଞ୍ଚଟି ଉଇକେଟ ହରାଇଥିଲା।
ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦଳର ଅଧା ଦଳ ମାତ୍ର ୯ ରନରେ ପାଭିଲିୟନକୁ ଫେରିଥିଲେ। ଟି-୨୦ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟ ହରାଇ ଏହା ସର୍ବନିମ୍ନ ସ୍କୋର। ୨୦୦୭ରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଆଫ୍ରିକୀୟ ଦଳ ୧୦ ରନରେ ପାଞ୍ଚଟି ଉଇକେଟ ହରାଇଥିଲା। ଏଥି ସହିତ, ୨୦୦୭ ରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୩୧ ରନ ସ୍କୋର କରିବା ପାଞ୍ଚଟି ଉଇକେଟ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri