Posted inଜାତୀୟ

ମାଧବୀଙ୍କ ନାଁରେ ଆସିଲା ୩ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୨ା୮:ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଅନେକ ଅଭିଯୋଗ ଅଣାଯାଇଛି।

ନଂ.୧: ୨୦୨୨ ମାର୍ଚ୍ଚ ୧୭ରେ ମାଧବୀ ପୁରୀ ବୁଚ୍‌ ସେବି ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଥିଲେ। ଏହାର କିଛି ସପ୍ତାହ ପୂର୍ବରୁ ତାଙ୍କ ସ୍ବାମୀ ଧବଳ ବୁଚ୍‌ ମରିସସ୍‌ ଫଣ୍ଡ୍‌ ଆଡ୍‌ମିନିଷ୍ଟ୍ରେଟର ଟ୍ରାଇଡେଣ୍ଟ ଟ୍ରଷ୍ଟକୁ ଏକ ପତ୍ର ଲେଖିଥିଲେ। ସ୍ତ୍ରୀଙ୍କ ନାମରେ ଥିବା ଆକାଉଣ୍ଟଗୁଡ଼ିକର ପରିଚାଳନା ନିମନ୍ତେ ତାଙ୍କୁ ଏକମାତ୍ର ଅଧିକୃତ ବ୍ୟକ୍ତି ରୂପେ ସ୍ବୀକୃତି ପ୍ରଦାନ କରିବାକୁ ସେ ଏଥିରେ ନିବେଦନ କରିଥିଲେ। ୨୦୧୭ ଏପ୍ରିଲରେ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହୋଇଥିଲେ। ୨୦୧୮ ଫେବୃଆରୀରେ ଦୁହେଁ ଦରିଆପାରି କମ୍ପାନୀଗୁଡ଼ିକରେ ଥିବା ନିଜ ଶେୟାର ୟୁନିଟ୍‌ଗୁଡ଼ିକୁ ବିକ୍ରି କରି ଅର୍ଥ ଉଠାଣ ପାଇଁ ଦାବି କରିଥିଲେ।
ନଂ.୨: ୨୦୧୭ ଏପ୍ରିଲରୁ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟା ଥିବାବେଳେ ୨୦୨୨ ମାର୍ଚ୍ଚରେ ଏହାର ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ସିଙ୍ଗାପୁରର ଏକ କନ୍‌ସଲ୍ଟିଂ ଫାର୍ମରେ ମାଧବୀଙ୍କ ୧୦୦ ପ୍ରତିଶତ ଅଂଶଧନ ଥିଲା। ୨୦୨୨ ମାର୍ଚ୍ଚ ୧୬ରେ ଚେୟାରପର୍ସନ ନିଯୁକ୍ତ ହେବାର ୨ ସପ୍ତାହ ପୂର୍ବରୁ ସେ ଉକ୍ତ କମ୍ପାନୀରେ ଥିବା ନିଜ ସମସ୍ତ ଶେୟାରକୁ ସ୍ବାମୀଙ୍କୁ ହସ୍ତାନ୍ତର କରିଥିଲେ। ଏହି କମ୍ପାନୀ ଆଦାନୀ ଗ୍ରୁପ୍‌ ସହ ସମ୍ପୃକ୍ତ ଥିବାରୁ ଗୌତମ ଆଦାନୀଙ୍କ ବିରୋଧରେ ମାଧବୀ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ସିଙ୍ଗାପୁରର କମ୍ପାନୀଗୁଡ଼ିକୁ ଫାଇନାନ୍ସିଆଲ ଷ୍ଟେଟ୍‌ମେଣ୍ଟ ମଗାଯାଇପାରିବ ନାହିଁ। ତେଣୁ ଉକ୍ତ କମ୍ପାନୀ କନ୍‌ସଲ୍ଟିଂ ବିଜ୍‌ନେସରେ କାହାଠାରୁ କେତେ ଅର୍ଥ ଲାଭ କରିଛି, ତାହା ସ୍ପଷ୍ଟ ହୋଇପାରିବ ନାହିଁ। ସିଙ୍ଗାପୁରରେ ଥିବା ଭାରତୀୟ କନ୍‌ସଲ୍ଟିଂ ଫାର୍ମ ଅଗୋରା ଆଡ୍‌ଭାଇଜରିର ୧୦୦% ଶେୟାର ଏବେ ମଧ୍ୟ ମାଧବୀଙ୍କ ନିକଟରେ ରହିଛି। ତାଙ୍କ ସ୍ବାମୀ ଧବଳ ବୁଚ୍‌ ଏହାର ଡାଇରେକ୍ଟର ରହିଛନ୍ତି।
ନଂ.୩: ମାଧବୀ ସେବି ସଦସ୍ୟା ଥିବାବେଳେ ଧବଳ ବ୍ଲାକ୍‌ଷ୍ଟୋନ୍‌ରେ ବରିଷ୍ଠ ପରାମର୍ଶଦାତା ନିଯୁକ୍ତ ହୋଇଥିଲେ। ବ୍ଲାକ୍‌ଷ୍ଟୋନ୍‌ ହେଉଛି ଆସେଟ୍‌ କ୍ଲାସ୍‌ ଆର୍‌ଇଆଇଟିଏସ୍‌ର ଅନ୍ୟତମ ବୃହତ୍‌ ନିବେଶକ ଓ ପୃଷ୍ଠପୋଷକ। ଧବଳ ବ୍ଲାକ୍‌ଷ୍ଟୋନ୍‌ରେ ଆଡ୍‌ଭାଇଜର ଥିବା ସମୟରେ ଆର୍‌ଇଆଇଟିର ଅନେକ ନିୟମରେ ପରିବର୍ତ୍ତନ ପାଇଁ ସେବି ପ୍ରସ୍ତାବ ଦେବା ସହ ଅନୁମୋଦନ କରିଥିଲା। ସେଥିରୁ ବ୍ଲାକ୍‌ଷ୍ଟୋନ୍‌ ଭଳି ଘରୋଇ ଇକ୍ୱିଟି ଫାର୍ମ ଲାଭାନ୍ବିତ ହୋଇଥିଲା। ଏହା ପୂର୍ବରୁ ଧବଳଙ୍କ କୌଣସି ଫଣ୍ଡ୍‌, ରିୟଲ ଇଷ୍ଟେଟ୍‌ କିମ୍ବା ପୁଞ୍ଜି ବଜାରରେ ଅଭିଜ୍ଞତା ନ ଥାଇ ମଧ୍ୟ ଏହି ନିଯୁକ୍ତି ଦିଆଯିବା ପଛ କାରଣ କ’ଣ ବୋଲି ହିଣ୍ଡେନ୍‌ବର୍ଗ ରିପୋର୍ଟରେ ପ୍ରଶ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri