ଖଲିସ୍ତାନ ହିଂସା ମାମଲାରେ ୩ ଗିରଫ

ମେଲବୋର୍ନ,୩୦ା୩: ମେଲବୋର୍ନ ଇଷ୍ଟ ନେବରିଂ ପୋଲିସ ଟିମ୍‌ ୩ ଜଣଙ୍କୁ ଗିରଫ କରିଥିବା ଗୁରୁବାର ସୂଚନା ଦେଇଛି। ଜାନୁୟାରୀ ୨୯ରେ ଫେଡେରେଶନ ସ୍କୋୟାରରେ ଚାଲିଥିବା ଖଲିସ୍ତାନ ଉପନିର୍ବାଚନ କାର୍ଯ୍ୟକ୍ରମରେ ପୋଲିସ ଉପସ୍ଥିତ ଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଝଗଡ଼ାରେ ପତାକାର ଖମ୍ବକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିଲା। ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଉଭୟ ଅଭିଯୁକ୍ତଙ୍କୁ ପାରାମେଡିକ୍ସ ଦ୍ୱାରା ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା। ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏବେ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି।

ଏହି ସପ୍ତାହରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତଙ୍କୁ ଅଗଷ୍ଟ ୮ରେ ମେଲବୋର୍ନ ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର ହେବାକୁ ଜାମିନ ଦିଆଯାଇଛି। ଅଧିକ ଅନୁସନ୍ଧାନ ଚାଲିଛି ଏବଂ ସେହି ଦିନଠାରୁ ପୋଲିସ ଅନ୍ୟ ଅପରାଧୀମାନଙ୍କୁ ଚିହ୍ନଟ କରିବା ଏବଂ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।

Share