ଜୁଆ ଖେଳି ୩ ଗିରଫ

କୁଳିଅଣା,୨୩ା୧(ଡି.ଏନ.ଏ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ପୋଲିସ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଠଶୀର୍ଷ ଗ୍ରାମର ରମେଶ ହଁାସଦା, ଯଦୁ ମୁର୍ମୁ ଓ ବାଙ୍ଗରିପୋଷି ଥାନା ଜଗନ୍ନାଥଖୁଣ୍ଟା ଗ୍ରାମର ଭରତ କୁମାର ବାସ୍କେ। ଖୁକୁଣ୍ଡିଆଠାରେ ଫୁଟବଲ ଖେଳ ଚାଲିଥିବା ସମୟରେ ରବିବାର ବେଆଇନ ଜୁଆଖେଳ ହେଉଥିଲା। ଖବରପାଇ ପୋଲିସ ଚଢ଼ାଉ କରି ଜୁଆପାଲି ସମେତ ନଗଦ ୧୧,୯୫୦ଟଙ୍କା ଜବତ କରିଛି। ଏହି ଘଟଣାରେ ଅନ୍ୟ ୨ଜଣ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି। ଏନେଇ ଥାନାରେ ଏକ ମାମଲା(ନଂ.୧୦/୨୩) ରୁଜୁ ହେବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଉମାକାନ୍ତ ନାଏକ କହିଛନ୍ତି।