Posted inଜାତୀୟ

ତରନ ତାରନରୁ ସାଢ଼େ ୩ କିଲୋଗ୍ରାମ୍‌ ଆର୍‌ଡିଏକ୍ସ୍‌ ଜବତ…

ଚଣ୍ଡିଗଡ଼, ୮।୫ : ଭାରତ-ପାକିସ୍ତାନର ସୀମାରେ ଅବସ୍ଥିତ ପଞ୍ଜାବର ତରନ ତାରନ ଜିଲାରୁ ସାଢ଼େ ୩ କିଲୋଗ୍ରାମ ଆରଡିଏକ୍ସ ଜବତ କରାଯାଇଛି। ଏକ ଭଙ୍ଗା ବିଲ୍ଡିଂରୁ ଏହା ମିଳିଛି। ଏସମ୍ପର୍କରେ ତରନ ତାରନ ପୋଲିସ ମୁଖ୍ୟ ଏସଏସପି ରଣଜିତ ସିଂ ସୂଚନା ପ୍ରଦାନ କରିଛନ୍ତି।

କୁହାଯାଉଛି ଯେ ଏହି ଆର୍‌ଡିଏକ୍ସ୍‌ ଦ୍ୱାରା ପଞ୍ଜାବରେ ବଡ଼ ଧରଣର ବିସ୍ଫୋରଣ କରିବା ଲାଗି ଏକ ଷଡଯନ୍ତ୍ର ହୋଇଥିଲା। ଆର୍‌ଡିଏକ୍ସ୍‌ ଲୁଚାଇବାରେ ଚାରିଜଣ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଥିବା କୁହାଯାଉଛି। ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ପାକିସ୍ତାନ ଏବେ ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଜିଲା ତରନ ତାରନକୁ ବ୍ୟବହାର କରୁଥିବା ପୋଲିସ କହିଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସଆଇ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରିବା ଲାଗି ଷଡ଼ଯନ୍ତ୍ର ରଚିଥିବା ପୋଲିସ ପକ୍ଷରୁ କୁହାଯାଇଛି।

କୁହାଯାଉଛି ଯେ ଏହି ଆରଡିଏକ୍ସକୁ ମଧ୍ୟ ଡ୍ରୋନ ମାଧ୍ୟମରେ ଭାରତ ଅଣାଯାଇଛି। ଗୁପ୍ତଚର ଏଜେନ୍ସି ଏବଂ ପୋଲିସର ସ୍ବତନ୍ତ୍ର ଟିମ୍‌ ଏସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।

ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ପୋଲିସ ପଚରାଉଚରା ପାଇଁ ରିମାଣ୍ଡରେ ନେଇପାରେ। ପୋଲିସ
ଗିରଫ ହୋଇଥିବା ଚାରିଜଣ ଆତଙ୍କବାଦୀ ଏହି ଘଟଣାରେ ସମ୍ପୃକ୍ତି ଥିବା ଅନୁମାନ କରୁଛି। ତରନ ତାରନ ପୋଲିସ ସେମାନଙ୍କୁ ଯେକୌଣସି ସମୟରେ ପଚରା ଉଚରା ଲାଗି ଆଣିପାରେ। ଗିରଫ ହୋଇଥିବା ଆତଙ୍କବାଦୀ ହରିୟାଣାର କର୍ନଲ ଜିଲାର ସ୍ପେଶାଲ ପୋଲିସ ହେପାଜତରେ ଅଛନ୍ତି। ସେମାନଙ୍କୁ ୧୦ ଦିନିଆ ନ୍ୟାୟିକ ହେପାଜତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri