Categories: ଜାତୀୟ

ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା: ଗିରଫର କିଛି ଘଣ୍ଟା ପରେ ମିଳିଲା ଜାମିନ

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର କାନପୁରର ରାସ୍ତା ଉପରେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦେବା ଓ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବାର ୨୪ ଘଣ୍ଟା ନ ପୂରୁଣୁ ସେମାନଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି। କାରଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପକ୍ଷରୁ ସେଭଳି କୌଣସି ସଙ୍ଗିନ ଦଫା ଲଗାଯାଇ ନ ଥିଲା।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ମୁସଲିମ ବ୍ୟକ୍ତିଙ୍କୁ ବଜରଙ୍ଗ ଦଳର କିଛି ସଦସ୍ୟ ନିର୍ଯାତନା ଦେଉଛନ୍ତି। ଏପରି କି ପୀଡ଼ିତଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା।

ଆମେ ଘଟଣାର ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଆମେ ଅନ୍ୟଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛୁ। ଘଟଣା ସ୍ଥଳରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆମେ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କାନପୁର ପୋଲିସ କମିଶନର ଅସିମ ଅରୁଣ କହିଛନ୍ତି।

Share