ଉପହାର ଲୋଭରେ ହରାଇଲେ ୩.୯୫ ଲକ୍ଷ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଜଣେ ଯୁବକ ବିବାହ କରିବାକୁ ଯାଇ ଓଡ଼ିଆ ମାଟ୍ରିମୋନିରେ ବିଜ୍ଞାପନ ଦେବା ପରେ ବଡ଼ଧରଣର ସାଇବର ଠକେଇର ଶିକାର ହୋଇଛନ୍ତି। ସେଥିରେ ଜଣେ ଯୁବତୀ ତାଙ୍କୁ ଚୂନ ଲଗାଇ ୩ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା କଟକ ଜିଲା ନେମାଳୋ ଥାନା ଗୋପୀନାଥପୁର ଗ୍ରାମର ସର୍ବପ୍ରସନ୍ନ ପଣ୍ଡା (୪୨) ଏ ନେଇ ଶୁକ୍ରବାର ସାଇବର ସେଲରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ସେ ବିବାହ କରିବାକୁ ଓଡ଼ିଆ ମାଟ୍ରିମୋନିରେ ବିଜ୍ଞାପନ ଦେଇଥିଲେ। ସେଥିରେ ଜଣେ ଯୁବତୀ ତାଙ୍କ ନମ୍ବରକୁ ଫୋନ କରିଥିଲେ। ଉକ୍ତ ଯୁବତୀ ନିଜକୁ ୟୁକେରେ ଡାକ୍ତର ଅଛନ୍ତି ବୋଲି କହିବା ପରେ ସର୍ବପ୍ରସନ୍ନ ତାଙ୍କ ସହ କଥା ହୋଇଥିଲେ। ଏପରିକି ଯୁବତୀ ବିଦେଶରୁ ଫେରି ତାଙ୍କୁ ବିବାହ କରିବେ ବୋଲି କହିଥିଲେ। ତେବେ ଯୁବତୀ ସର୍ବପ୍ରସନ୍ନଙ୍କ ବିଶ୍ୱାସ ଜିଣି ଲୁଟିବାକୁ ଚକ୍ରାନ୍ତ କରିଥିଲେ। ସେ ୟୁକେରୁ ତାଙ୍କ ପାଇଁ ଉପହାର ଆକାରରେ ସୁନା ଚେନ୍‌, ଘଡି ସହ କିଛି ଡଲାର କୋରିଅରରେ ପଠାଇବା ପାଇଁ ଠିକଣା ମାଗିଥିଲେ। ଏସବୁ ପାଇବା ଆଶାରେ ସର୍ବପ୍ରସନ୍ନ ନିଜ ଘରର ଠିକଣା ଦେଇଥିଲେ। ଠିକଣା ଦେବାର ୨ରୁ ୩ ତିନି ପରେ ତାଙ୍କୁ ଫୋନ କଲ ଆସିଥିଲା। ଦିଲ୍ଲୀ ଏୟାରପୋର୍ଟରେ ତାଙ୍କ ନାମରେ ଏକ ପାର୍ସଲ ଆସିଛି ବୋଲି ଜଣେ ଯୁବକ ଫୋନ କରି କହିଥିଲେ। ଠିକଣାରେ ପହଞ୍ଚିବା ପାଇଁ ପ୍ରଥମେ ୩୮ ହଜାର ପରେ ପଞ୍ଜୀକରଣ ପାଇଁ ୯୭ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ। ଏପରିକି ସେଥିରେ ଥିବା ଡଲାର ୩୭ ଲକ୍ଷ ଟଙ୍କା ହେବ, ଏହି ଡଲାରକୁ ଭାରତୀୟ ମୁଦ୍ରାରେ ରୂପାନ୍ତର ହେବା ପାଇଁ ୨ ଲକ୍ଷ ୬୦ ହଜାର ଦେବାକୁ ପଡ଼ିବ ବୋଲି ଉକ୍ତ ଯୁବକ କହିଥିଲେ। ଏଥିରେ ସର୍ବପ୍ରସନ୍ନ ଲୋଭରେ ପଡ଼ି ଏକ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ଦେଇଥିଲେ। ଏହିପରି ବିଭିନ୍ନ ଆଳରେ ସର୍ବମୋଟ ୩ ଲକ୍ଷ ୯୫ ହଜାର ଦେଇଥିଲେ। ତଥାପି ଉପହାର ପହଞ୍ଚିବା ପାଇଁ ଆଉ ୫ ଲକ୍ଷ ଟଙ୍କା ମାଗିବାରୁ ସେ ସନ୍ଦେହ କରିଥିଲେ। ପରେ ହଠାତ୍‌ ଫୋନ କଟିଯିବାରୁ ସେହି ନମ୍ବରରେ କଲ୍‌ କରିବା ସତ୍ତ୍ୱେ ନ ଲାଗିବାରୁ ଠକାମିର ଶିକାର ହୋଇଥିବା ସେ ଜାଣିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri