ସୁନାଗହଣା ସହ ୩.୬୦ ଲକ୍ଷ ଜବତ, ୩ ଗିରଫ

ବାସୁଦେବପୁର,୨୭ା୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରୁ ତାରାକାନ୍ତ ସାହୁ ନାମକ ଜଣେ ସୁନା ବ୍ୟବସାୟୀଙ୍କ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ବାସୁଦେବପୁର ପୋଲିସ ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ୪୮୬ ଗ୍ରାମର ସୁନା ଅଳଙ୍କାର(ଯାହାର ଆନୁମାନିକ ମୂଲ୍ୟ ୩୩ ଲକ୍ଷରୁ ଊର୍ଦ୍ଧ୍ୱ ହେବ), ନଗଦ ୩.୬୦ ଲକ୍ଷ ଟଙ୍କା ଓ ୨ ମୋବାଇଲ ଫୋନ ଜବତ କରିଛି। ଗିରଫ ଯୁବକମାନେ ହେଲେ ଗଞ୍ଜାମ ଜିଲା କାଳଷଣ୍ଢପୁର ଗ୍ରାମର ଏମ୍‌. ସୁନୀଲ, ଆସ୍କା ଥାନା ଅଧୀନ ଆଇବି କେମ୍ପ ଗ୍ରାମର କୁନା ଦାସ ଓ ଆସ୍କା ଥାନା ଅଧୀନ ସୁନ୍ଦରପେଟା ସାହି ଗ୍ରାମର ସୁନା ଦୋକାନୀ ଏ. ବାବୁ ଆଛାରି। ୩ ଜଣଙ୍କୁ ବୁଧବାର ବାସୁଦେବପୁର ପୋଲିସ କୋର୍ଟଚାଲାଣ କରିଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ବରୁଣ ଗୁଣ୍ଟୁପାଲି ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ, ସୁନା ଦୋକାନୀ ତାରାକାନ୍ତ ସାହୁଙ୍କ ସାନଭାଇ କାମିନୀକାନ୍ତ ୧୪ ସେପ୍ଟେମ୍ବର ୨୦୨୨ରେ ଦୋକାନ ଖୋଲିବାକୁ ଆସିଥିଲେ। ଦୋକାନ ଆଗରେ ଅଳିଆ ପଡ଼ିଥିବା ଦେଖି ସେ ସୁନାଭର୍ତ୍ତି ବ୍ୟାଗ ଗାଡ଼ିରେ ରଖି ସଫା କରୁଥିଲେ। ସେହି ସମୟରେ ଦୁର୍ବୃତ୍ତ ଆସି ସୁନାଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ବାସୁଦେବପୁର ଥାନାରେ ଏ ନେଇ ମାମଲା (ନଂ.୪୧୬/୨୨) ରୁଜୁ ହୋଇଥିଲା। ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ, ସାଇଣ୍ଟିଫିକ ଟିମ୍‌, ଡଗ୍‌ ସ୍କ୍ବାଡର ସହାୟତା ନିଆଯାଇ ଘଟଣାର ତଦନ୍ତ କରାଯାଇଥିଲା। ଏମ୍‌. ସୁନୀଲ ଓ କୁନା ଦାସ ଏହି ସୁନା ଚୋରି କରି ତାଙ୍କ ଗାଁ ନିକଟସ୍ଥ ଏକ ଗଛତଳେ ମାଟି ଖୋଳି ପୋତିଥିଲେ। ୧ ମାସ ପରେ ତାକୁ ବାହାର କରି ସେହି ଅଞ୍ଚଳର ଦୋକାନୀ ଏ. ବାବୁ ଆଛାରୀଙ୍କୁ ଦେଇଥିଲେ। ତାଙ୍କଠାରୁ ୨ ଜଣ ୬ ଲକ୍ଷ ଟଙ୍କା ନେଇଥିଲେ। ପରେ ଦୋକାନୀ ଜଣକ ଅନ୍ୟଜଣେ ଦୋକାନୀଙ୍କୁ ଏହି ସୁନାକୁ ବିକ୍ରି କରି ୧୩.୫୦ ଲକ୍ଷ ଟଙ୍କା ଆଣିଥିଲେ ବୋଲି ଅଭିଯୁକ୍ତ ପୋଲିସ ଆଗରେ ମାନିଥିଲେ। ଘଟଣାର ଅଧିକ ତଦନ୍ତ ଚାଲିଛି। ଅନ୍ୟ ଯେଉଁମାନେ ଘଟଣାରେ ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଏସ୍‌ଡିପିଓ ସୌରଭ ଓତା, ଆଇଆଇସି ସାବିତ୍ରୀ ପଣ୍ଡା, ଏସ୍‌ଆଇ ଜିତେନ୍ଦ୍ର ନାୟକ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri