ନୂଆଦିଲ୍ଲୀ,୧୯।୮: ୨୦୨୨ରେ ବିଶ୍ୱର ୩.୫ ନିୟୁତରୁ ଊର୍ଦ୍ଧ୍ୱ ଲୋକ କୋଟିପତି ତାଲିକାରୁ ବାଦ୍ ପଡ଼ିଛନ୍ତି। ଆମେରିକାରେ କୋଟିପତିଙ୍କ ସଂଖ୍ୟା ୧.୮ ଲକ୍ଷ ଖସି ୨୨.୭ କୋଟିକୁ ଖସି ଆସିଛି। ବିଶ୍ୱସ୍ତରରେ ୨୦୦୮ରୁ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି ବୋଲି ୟୁନିୟନ ବ୍ୟାଙ୍କ ଅଫ୍ ସୁଇଜରଲ୍ୟାଣ୍ଡ(ୟୁବିଏସ୍) ପକ୍ଷରୁ ଜାରି କରାଯାଇଥିବା ବାର୍ଷିକ ବିତ୍ତୀୟ ରିପୋର୍ଟରେ ଦର୍ଶାଯାଇଛି। ୧ ମିଲିୟନ ଡଲାର ବା ତା’ ଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଲୋକଙ୍କ ସଂଖ୍ୟା ୨୦୨୧ ଶେଷ ସୁଦ୍ଧା ୬୨.୯ ମିଲିୟନକୁ ଖସି ଆସିଥିଲା। ଏହା ପୁଣି ୨୦୨୨ ଶେଷ ସୁଦ୍ଧା ୫୯.୪ ମିଲିୟନକୁ ଖସି ଆସିଥିଲା। ଉଚ୍ଚ ମୁଦ୍ରାସ୍ଫୀତି ଓ ବିଶ୍ୱସ୍ତରରେ ମୁଦ୍ରାର ଅବମୂଲ୍ୟାୟନ ଯୋଗୁ ବିଶ୍ୱର ସମ୍ପତ୍ତି ପରିମାଣ କମିଛି ବୋଲି ସୁଇସ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଯଦିଓ ଗତବର୍ଷ କୋଟିପତିଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲା, ତେବେ ଗତ ଶତାଦ୍ଦୀ ତୁଳନାରେ କୋଟିପତିଙ୍କ ସଂଖ୍ୟା ୪ ଗୁଣ ଅଧିକ ଥିଲା। ଗତବର୍ଷ ଆମେରିକାରେ ୧.୮ ଲକ୍ଷ କୋଟିପତିଙ୍କ ସମ୍ପତ୍ତି ପରିମାଣ କମିଥିଲା। ଏହା ବିଶ୍ୱର ଅନ୍ୟ ଦେଶ ତୁଳନାରେ ସର୍ବାଗ୍ରେ ରହିଥିଲା। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ଚାଇନାର କୋଟିପତିଙ୍କ ସମ୍ପତ୍ତି ପରିମାଣ ୬.୨ ମିଲିୟନକୁ ଖସିଥିଲା। ସେହିପରି ଆର୍ଥିକ ଚ୍ୟାଲେଞ୍ଜର ସାମ୍ନା କରୁଥିବା ୟୁକେରେ ଥିବା କୋଟିପତିଙ୍କ ସମ୍ପତ୍ତି ପରିମାଣ ୨.୬ % ପ୍ରତିଶତ ଖସିଥିଲା। ଜାପାନରେ କୋଟିପତିଙ୍କ ସଂଖ୍ୟା ୩.୨ରୁ ହ୍ରାସ ପାଇ ୨.୬ ମିଲିୟନକୁ ଖସିଛି। ବିଶ୍ୱର ଆର୍ଥିକ ବ୍ୟବସ୍ଥା ପୁଣିଥରେ ଟ୍ରାକ୍କୁ ଫେରିବା ନେଇ ମଧ୍ୟ ଆଶା କରାଯାଉଛି। ୨୫୦ ବର୍ଷ ମଧ୍ୟରେ ଚତୁର୍ଥ ଶିଳ୍ପ ବିପ୍ଳବ ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲା। ଯଦିଓ ଅଧିକାଂଶ ଦେଶରେ କୋଟିପତିଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ତେବେ ଏହି ଧାରା ଆଗକୁ ସୁଧୁରିବାର ଆଶା କରାଯାଉଛି। କାରଣ ରୁଷିଆ, ମେକ୍ସିକୋ, ଭାରତ ଏବଂ ବ୍ରାଜିଲରେ ଲୋକଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଗାମୀ ଦିନରେ ବିଶ୍ୱରେ କୋଟିପତିଙ୍କ ସଂଖ୍ୟା ପୁନର୍ବାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବ୍ୟକ୍ତିଗତ ଆୟକୁ ଆଧାରକରି ବୈଶ୍ୱିକ ସମ୍ପତ୍ତି ପରିମାଣ ଆକଳନ କରାଯାଇଥାଏ। ଏହା ୨୦୨୨ରେ ୩ % ବୃଦ୍ଧି ଘଟିଛି।
ଏହି ରିପୋର୍ଟ ଏକଥା ମଧ୍ୟ ଦର୍ଶାଯାଇଛି, ଆଗାମୀ ୫ ବର୍ଷରେ ବିଶ୍ୱର ସମ୍ପତ୍ତି ପରିମାଣ ୩୮% ବୃଦ୍ଧି ପାଇ ୨୦୨୮ ସୁଦ୍ଧା ୬୨୯ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଆଗାମୀ ବର୍ଷ ଗୁଡ଼ିକରେ ମଧ୍ୟ ଆୟ ବର୍ଗ ତାଲିକାରେ ଥିବା ଦେଶ ଗୁଡ଼ିକର ସମ୍ପତ୍ତି ପରିମାଣ ମଧ୍ୟ ବୃଦ୍ଧି ଘଟିବ। ୟୁବିଏସ୍ ରିପୋର୍ଟ ଅନୁସାରେ ୨୦୨୭ ସୁଦ୍ଧା କୋଟିପତିଙ୍କ ସଂଖା ୮୬ ଲକ୍ଷରେ ପହଞ୍ଚିବ।
କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ
ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…
ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା
ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…
ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…
ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…
ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି
ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…
ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍ ଟାଇମ୍, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…
ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA
ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍ସନ୍: ଲାଗିଲା ପୁଣି ଝଟକା
ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ରୁ ବାଦ…
ଅଧିକାରୀଙ୍କ ପାଇଁ ଏଆଇ
ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

