Posted inଜାତୀୟ

ଅତି ଧନୀ ତାଲିକାରୁ ବିଶ୍ୱର ୩.୫ ନିୟୁତ ବାଦ୍‌

ନୂଆଦିଲ୍ଲୀ,୧୯।୮: ୨୦୨୨ରେ ବିଶ୍ୱର ୩.୫ ନିୟୁତରୁ ଊର୍ଦ୍ଧ୍ୱ ଲୋକ କୋଟିପତି ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଆମେରିକାରେ କୋଟିପତିଙ୍କ ସଂଖ୍ୟା ୧.୮ ଲକ୍ଷ ଖସି ୨୨.୭ କୋଟିକୁ ଖସି ଆସିଛି। ବିଶ୍ୱସ୍ତରରେ ୨୦୦୮ରୁ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି ବୋଲି ୟୁନିୟନ ବ୍ୟାଙ୍କ ଅଫ୍‌ ସୁଇଜରଲ୍ୟାଣ୍ଡ(ୟୁବିଏସ୍‌) ପକ୍ଷରୁ ଜାରି କରାଯାଇଥିବା ବାର୍ଷିକ ବିତ୍ତୀୟ ରିପୋର୍ଟରେ ଦର୍ଶାଯାଇଛି। ୧ ମିଲିୟନ ଡଲାର ବା ତା’ ଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଲୋକଙ୍କ ସଂଖ୍ୟା ୨୦୨୧ ଶେଷ ସୁଦ୍ଧା ୬୨.୯ ମିଲିୟନକୁ ଖସି ଆସିଥିଲା। ଏହା ପୁଣି ୨୦୨୨ ଶେଷ ସୁଦ୍ଧା ୫୯.୪ ମିଲିୟନକୁ ଖସି ଆସିଥିଲା। ଉଚ୍ଚ ମୁଦ୍ରାସ୍ଫୀତି ଓ ବିଶ୍ୱସ୍ତରରେ ମୁଦ୍ରାର ଅବମୂଲ୍ୟାୟନ ଯୋଗୁ ବିଶ୍ୱର ସମ୍ପତ୍ତି ପରିମାଣ କମିଛି ବୋଲି ସୁଇସ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଯଦିଓ ଗତବର୍ଷ କୋଟିପତିଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲା, ତେବେ ଗତ ଶତାଦ୍ଦୀ ତୁଳନାରେ କୋଟିପତିଙ୍କ ସଂଖ୍ୟା ୪ ଗୁଣ ଅଧିକ ଥିଲା। ଗତବର୍ଷ ଆମେରିକାରେ ୧.୮ ଲକ୍ଷ କୋଟିପତିଙ୍କ ସମ୍ପତ୍ତି ପରିମାଣ କମିଥିଲା। ଏହା ବିଶ୍ୱର ଅନ୍ୟ ଦେଶ ତୁଳନାରେ ସର୍ବାଗ୍ରେ ରହିଥିଲା। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ଚାଇନାର କୋଟିପତିଙ୍କ ସମ୍ପତ୍ତି ପରିମାଣ ୬.୨ ମିଲିୟନକୁ ଖସିଥିଲା। ସେହିପରି ଆର୍ଥିକ ଚ୍ୟାଲେଞ୍ଜର ସାମ୍ନା କରୁଥିବା ୟୁକେରେ ଥିବା କୋଟିପତିଙ୍କ ସମ୍ପତ୍ତି ପରିମାଣ ୨.୬ % ପ୍ରତିଶତ ଖସିଥିଲା। ଜାପାନରେ କୋଟିପତିଙ୍କ ସଂଖ୍ୟା ୩.୨ରୁ ହ୍ରାସ ପାଇ ୨.୬ ମିଲିୟନକୁ ଖସିଛି। ବିଶ୍ୱର ଆର୍ଥିକ ବ୍ୟବସ୍ଥା ପୁଣିଥରେ ଟ୍ରାକ୍‌କୁ ଫେରିବା ନେଇ ମଧ୍ୟ ଆଶା କରାଯାଉଛି। ୨୫୦ ବର୍ଷ ମଧ୍ୟରେ ଚତୁର୍ଥ ଶିଳ୍ପ ବିପ୍ଳବ ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲା। ଯଦିଓ ଅଧିକାଂଶ ଦେଶରେ କୋଟିପତିଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ତେବେ ଏହି ଧାରା ଆଗକୁ ସୁଧୁରିବାର ଆଶା କରାଯାଉଛି। କାରଣ ରୁଷିଆ, ମେକ୍ସିକୋ, ଭାରତ ଏବଂ ବ୍ରାଜିଲରେ ଲୋକଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଗାମୀ ଦିନରେ ବିଶ୍ୱରେ କୋଟିପତିଙ୍କ ସଂଖ୍ୟା ପୁନର୍ବାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବ୍ୟକ୍ତିଗତ ଆୟକୁ ଆଧାରକରି ବୈଶ୍ୱିକ ସମ୍ପତ୍ତି ପରିମାଣ ଆକଳନ କରାଯାଇଥାଏ। ଏହା ୨୦୨୨ରେ ୩ % ବୃଦ୍ଧି ଘଟିଛି।
ଏହି ରିପୋର୍ଟ ଏକଥା ମଧ୍ୟ ଦର୍ଶାଯାଇଛି, ଆଗାମୀ ୫ ବର୍ଷରେ ବିଶ୍ୱର ସମ୍ପତ୍ତି ପରିମାଣ ୩୮% ବୃଦ୍ଧି ପାଇ ୨୦୨୮ ସୁଦ୍ଧା ୬୨୯ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଆଗାମୀ ବର୍ଷ ଗୁଡ଼ିକରେ ମଧ୍ୟ ଆୟ ବର୍ଗ ତାଲିକାରେ ଥିବା ଦେଶ ଗୁଡ଼ିକର ସମ୍ପତ୍ତି ପରିମାଣ ମଧ୍ୟ ବୃଦ୍ଧି ଘଟିବ। ୟୁବିଏସ୍‌ ରିପୋର୍ଟ ଅନୁସାରେ ୨୦୨୭ ସୁଦ୍ଧା କୋଟିପତିଙ୍କ ସଂଖା ୮୬ ଲକ୍ଷରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri