Posted inଜାତୀୟ

ହରିୟାଣାରେ ରାଜନୈତିକ ସଙ୍କଟ: ଖଟ୍ଟାରଙ୍କୁ ଭେଟିଲେ ୪ ଜେଜେପି ବିଧାୟକ

ଚଣ୍ଡିଗଡ଼,୯ା୫ ହରିୟାଣାର ସରକାରରୁ ୩ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେବା ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଭାଜପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି (ଜେଜେପି) ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌତାଲା ଦାବି କରିଛନ୍ତି। ଏଥିପାଇଁ ସେ ଗୁରୁବାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ପତ୍ର ଲେଖିଛନ୍ତି। ସରକାର ଗଠନ ପାଇଁ ଜେଜେପି ଯେକୌଣସି ଦଳକୁ ସମର୍ଥନ ଦେବା ଲାଗି ପ୍ରସ୍ତୁତ ଅଛି। ଭାଜପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ପାରିଲେ, ହରିୟାଣାରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ଚୌତାଲା ଦାବି କରିଛନ୍ତି।

ହରିୟାଣାର ନାୟବ ସିଂ ସାଇନି ସରକାରଙ୍କୁ ଭାଙ୍ଗିବା ପାଇଁ ଭାଜପାର ପୂର୍ବତନ ସହଯୋଗୀ ଜେଜେପି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି। ଏନେଇ ଚୌତାଲା ବୁଧବାର ଘୋଷଣା କରିବା ସହ ନିଜ ଦଳର ବିଧାୟକମାନଙ୍କୁ ଚେତାବନୀ ଦେଇଥିଲେ। ଯଦି ଜେଜେପିର କୌଣସି ବିଧାୟକ ଗୈରିକ ଦଳକୁ ସମର୍ଥନ କରନ୍ତି, ତେବେ ତାଙ୍କ ବିଧାୟକ ପଦ ରଦ୍ଦ ହେବ ବୋଲି ଚୌତାଲା କହିଥିଲେ।

ସୂଚନାଯୋଗ୍ୟ, ୮୮ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟର ବିଧାୟକ ସଂଖ୍ୟା ୪୩କୁ ହ୍ରାସ ପାଇଛି। ଗତ ମାର୍ଚ୍ଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ଏବଂ ସ୍ବାଧୀନ ବିଧାୟକ ରଞ୍ଜି ସିଂ ଚୌତାଲା ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ସରକାରଙ୍କ ପ୍ରତି କୌଣସି ବିପଦ ନାହଁି, ଏହା ପୂରା ସମୟ କ୍ଷମତାରେ ରହିବ ବୋଲି ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି। ସରକାର ଭାଙ୍ଗିବା ପାଇଁ ଚୌତାଲା ଅଣ୍ଟା ଭିଡ଼ିଥିବା ବେଳେ ତାଙ୍କ ଦଳର ୪ ଜଣ ବିଧାୟକ ଗୁରୁବାର ଅପରାହ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଖଟ୍ଟାରଙ୍କୁ ଭେଟିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପାନିପଥରେ ମନ୍ତ୍ରୀ ମହିପାଲ ଧଣ୍ଡାଙ୍କ ବାସଭବନରେ ଏହି ବୈଠକ ବସିଥିଲା।
କଂଗ୍ରେସ ରାଜ୍ୟପାଳଙ୍କୁ ଭେଟିବା ଲାଗି ଶୁକ୍ରବାର ପର୍ଯ୍ୟନ୍ତ ସମୟ ମାଗିଥିବାବେଳେ ନୈତିକତା ଦୃଷ୍ଟିରୁ ସଂଖ୍ୟାଲଘୁ ସରକାର ଇସ୍ତଫା ଦେଇଦେବା ଉଚିତ ବୋଲଇ ଭୂପିନ୍ଦର ସିଂ ହୁଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପକାଇବାକୁ ଯାଉଥିବାବେଳେ ବାଇକ ଆଗକୁ ଚାଲିଆସିଲା ଷଣ୍ଢ, ଆଉ ତା’ପରେ …

ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଅଗଝୋଳ ପେଟ୍ରୋଲ ପମ୍ପ ନିକଟରେ ସୋମବାର ସାରେ ହଠାତ୍‌ ବାଇକ ଆଗକୁ ଏକ ଷଣ୍ଢ ଚାଲିଆସିଲା…

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କଲେ ବିଧାୟକ ସିଦ୍ଧାନ୍ତ: ହିତାଧିକାରୀ ପାଇବେ ଅତିରିକ୍ତ ଚାଉଳ, ତାଲିକାରେ ଏମାନେ…

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ୱର , କୋଟିନଡା , କୁଶପଡା ଓ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ସତନ୍ତ୍ର କାର୍ଯ୍ୟକ୍ରମରେ…

ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ମାରିଲା ଘଡ଼ଘଡ଼ି: ଆଉ ତା’ପରେ ଘଟିଲା…

ଦେବଗଡ଼,୨୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାରକୋଟ ବ୍ଲକ ବସାଲଇ ଅଞ୍ଚଳ…

ଗୋଲକିପରଙ୍କ ଦମ୍‌ଦାର ପ୍ରଦର୍ଶନ, ଇରାନର ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଇଙ୍ଗଲଉଡ୍‌,୨୨ା୬: ଚଳିତ ଫିଫା ବିଶ୍ୱକପ୍‌ରେ ସୋମବାର ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ୦-୦ ଗୋଲରେ ଇରାନ ଡ୍ର’ ରଖିଛି। ଏଥିସହିତ ଦଳ ନକ୍‌ଆଉଟ୍‌ ରାଉଣ୍ଡ ଅଭିମୁଖେ…

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

ଜର୍ମାନୀକୁ ବଡ଼ ଝଟ୍‌କା: ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଏହି ଡିଫେଣ୍ଡର

ଇଙ୍ଗଲଉଡ୍‌,୨୨ା୬- ଜର୍ମାନୀର ଡିଫେଣ୍ଡର ନିକୋ ସ୍କଲଟରବେକ ଚଳିତ ବିଶ୍ୱକପ୍‌ ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଗତ ରବିବାର ଆଇଭରୀ କୋଷ୍ଟ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମ ଆଙ୍କଲରେ ଆଘାତ…

ଆଦିବାସୀଙ୍କ ପାରମ୍ପରିକ ସଡ୍ରା ପର୍ବ

ମୋହନା, ୨୩/୬/୨୬ (ମନ୍ମଥ ମିଶ୍ର): କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ନିଆରା ତଥା ପାରମ୍ପରିକ ସଡ୍ରା ପର୍ବ ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାଲିଆଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri