Posted inଖେଳ

ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ୩.୧୬ କୋଟି

ଭୁବନେଶ୍ୱର,୨୬।୧୦(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ୩୬ ତମ ଜାତୀୟ କ୍ରୀଡାରେ ପଦକ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିଛନ୍ତି ଓଡ଼ିଶା ସରକାର। କ୍ରୀଡା ଓ ଯୁବସେବା ବ୍ୟାପାର ପକ୍ଷରୁ ଆଥଲେଟ ମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ପ୍ରମୋଶନ କାଉନସିଲ୍‌ ଚେୟାରମ୍ୟାନ ଦିଲୀପ ତୀର୍କି ଓ କ୍ରୀଡା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ଉପସ୍ଥିତ ରହିଥିଲେ। ସର୍ଭିସେସର ପ୍ରତିନିଧିତ୍ୱ କରି ପଦକ ହାସଲ କରିଥିବା ଦୀନେଶ କୁମାର (ସାଇକ୍ଲିଙ୍ଗ, ୩ ସ୍ବର୍ଣ୍ଣ) ଓ ମୁନା ନାୟକ (ଭାରୋତ୍ତୋଳନ, ୧ ରୌପ୍ୟ)ଙ୍କୁ ମଧ୍ୟ ସମ୍ମାନିତ କରାଯାଇ୍‌ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ କ୍ରୀଡାରେ ସ୍ବର୍ଣ୍ଣ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ୧୦୦ ଜଣ ଆଥଲେଟଙ୍କୁ ୩.୧୬ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
ରାଜ୍ୟର ଯୁବ ଆଥଲେଟ ମାନଙ୍କୁ ସମ୍ମାନିତ କରିବା ଅବସରରେ ମୁଁ ନିଜକୁ ଅତ୍ୟନ୍ତ ଗୌରବାନ୍ବିତ ମନେ କରୁଛି ବୋଲି ତୁଷାରକାନ୍ତି ବେହେରା ପ୍ରକାଶ କରିଥିଲେ। କ୍ରୀଡାବିତଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ଜାତୀୟ କ୍ରୀଡାରେ ରାଜ୍ୟକୁ ସଫଳତା ପ୍ରଦାନ କରିଛି ବୋଲି ସେ କହିଥିଲେ। ଏହି ଖେଳାଳି ମାନଙ୍କୁ ଆଗକୁ ଆହୁରି ସଫଳତା ପାଇଁ ଓଡ଼ିଶା ସରକାର ସର୍ବଦା ତତ୍ପର ବୋଲି ସେ କହିଥିଲେ। ସେହିପରି ପଦକ ବିଜତା ଆଥଲେଟ ମାନେ ରାଜ୍ୟ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ହକି ପ୍ରମୋଶନ କାଉନସିଲ୍‌ ଚେୟାରମ୍ୟାନ ଦିଲୀପ ତୀର୍କି ଖେଳାଳି ମାନଙ୍କ ସହିତ ଆଲୋଚନା କରିଥିଲେ। କାୟାକିଙ୍ଗ ଆଣ୍ଡ କାନୋୟିଙ୍ଗ ଓ ନୌଚାଳନାରୁ ଓଡ଼ିଶା ସର୍ବାଧିକ ପଦକ ହାସଲ କରିଛି। ସ୍ବର୍ଣ୍ଣ ବିଜୟିନୀ ମହିଳା ରଗବୀ ଦଳକୁ ୬୦ ଲକ୍ଷ ଏବଂ ରୌପ୍ୟ ବିଜୟିନୀ ମହିଳା ଖୋ ଖୋ ଦଳକୁ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri