୨୦୧୯ର ଦ୍ୱିତୀୟ ରନର୍ସ ଅପ୍‌ ଏଥରର ୱିନର୍‌

ଭୁବନେଶ୍ୱର,୭ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌ ୨୦୨୩’ ରବିବାର ଶେଷ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଜୁନିୟର ବର୍ଗରେ କଟକ ସିଡିଏ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ବିଜେତା ହୋଇଥିବା ବେଳେ ସିନିୟର ଗ୍ରୁପ୍‌ରେ ଏମ୍ସ ଭୁବନେଶ୍ୱର ବାଜିମାତ କରିଛନ୍ତି।

କ’ଣ କୁହନ୍ତି ବିଜେତା ଟିମ୍‌

ଶେଷ ପ୍ରଶ୍ନରେ ହିଁ କମ୍‌ବ୍ୟାକ୍‌ କରି ଜିତିଲୁ
ପ୍ରଥମ ସ୍ଥାନ ଗ୍ରହଣ କରି ବହୁତ ଖୁସି ଲାଗୁଛି। ଏଥର ବହୁତ ଟଫ୍‌ କମ୍ପିଟିଶନ୍‌ ଥିଲା। ସବୁ ଟିମ୍‌ ବହୁତ ଭଲ ଉତ୍ତର ଦେଇଥିଲେ। ଆମେ ଶେଷ ପ୍ରଶ୍ନରେ ହିଁ କମ୍‌ବ୍ୟାକ୍‌ କରି ଜିତିଲୁ, ଯାହା ଖୁବ୍‌ ଏକ୍ସାଇଟିଙ୍ଗ୍‌ ଥିଲା। ପୂର୍ବ ସଂସ୍କରଣରେ ଆମେ ଭାଗ ନେଇଥିଲେ ମଧ୍ୟ ପ୍ରଥମ ହୋଇ ପାରି ନ ଥିଲୁ। ଟିମ୍‌ୱାର୍କ ଭଲ ଥିବାରୁ ସଫଳତା ମିଳିଛି।
– ଏମ୍ସ, ଭୁବନେଶ୍ୱର
ପ୍ରଥମ ଚେଷ୍ଟାରେ ପ୍ରଥମ ରନର୍ସ ଅପ୍‌
ପ୍ରଥମ ଚେଷ୍ଟାରେ ପ୍ରଥମ ରନର୍ସ ଅପ୍‌ ହେବା ବହୁତ ଖୁସି ଆଣି ଦେଇଛି। ସବୁକିିଛି ଏଥର ପ୍ରଥମ। ଲେଭଲ୍‌ ଅଫ୍‌ କମ୍ପିଟିଶନ ଯେମିତି ଥିଲା, ଟିମ୍‌ ସବୁ ଯେମିତି ଥିଲେ। ସେହି ହିସାବରେ ଆମ ପ୍ରସ୍ତୁତି ଅନୁସାରେ ବହୁତ ଖୁସି ଲାଗୁଛି। ଆଶା କରୁଛୁ ଆରବର୍ଷ ଆସିଲେ ବହୁତ ଭଲ କରିବୁ। ଟିମ୍‌ୱାର୍କ ବହୁତ ଭଲ କାମ ଦେଲା। ପ୍ରଶ୍ନ ବହୁତ ଟ୍ରିକି ଥିଲା। ପ୍ରଶ୍ମ ଭିତରେ ଉତ୍ତର ଲୁଚି ରହିଥିଲା। ତାକୁ ଖୋଜି ପାଇବାକୁ ମଧ୍ୟ ସେତିକି କଷ୍ଟ ଲାଗୁଥିଲା।
– ଭିମ୍‌ସାର୍‌,ବୁର୍ଲା
ମାଇନସ୍‌ରେ ରହି ଡିମୋରାଲାଇଜ୍ଡ ହୋଇଯାଇଥିଲୁ
ପ୍ରଥମ, ଦ୍ୱିତୀୟ ରାଉଣ୍ଡରେ ଆମେ ମାଇନସ୍‌ରେ ଥିଲୁ। ପରିସ୍ଥିତି ବହୁତ କଷ୍ଟକର ହୋଇ ପଡ଼ିଥିଲା। ଆମେ ପୂରା ଡିମୋରାଲାଇଜ୍ଡ ହୋଇ ଯାଇଥିଲୁ। କ’ଣ କେମିତି ହେବ। କୋଭିଡ ପରେ ଆସିଛୁ। ଏଥର ଜିତିବୁ ନ ଜିତିବୁ। ସେ ସବୁ ଭିତରେ ମିରାକିଲ୍‌ ହେଲା। ପଞ୍ଚମ ରାଉଣ୍ଡରେ କେମିତି କ’ଣ କରି, ଟିମ୍‌ ୱାର୍କ, ହାର୍ଡ ୱାର୍କ, ଭଗବାନଙ୍କ ଦୟାରୁ ଠିକ୍‌ ଉତ୍ତର ବାଜିଲା। ୨୦୧୯ରେ ୪ର୍ଥ ସ୍ଥାନରେ ଥିଲୁ। ଆରବର୍ଷ ବି ଆମ ପିଲାମାନେ ଆସି ବହୁତ ଭଲ କରିବେ।
– ଆଇଆଇଟି, ଭୁବନେଶ୍ୱର
ନଲେଜ୍‌, ଲକ୍‌, ଲଜିକ୍‌
ପ୍ରଥମ ସ୍ଥାନ ଗ୍ରହଣ କରି ବହୁତ ଖୁସି ଲାଗୁଛି। ଲଜିକ୍‌, ନଲେଜ୍‌, ଲକ୍‌ ଏହି ୩ ବଳରେ ଆମେ ଆଜି ଏହି ସଫଳତା ପାଇପାରିଛୁ। ପ୍ରଶ୍ନ ବହୁ କଷ୍ଟ ଥିଲା। ସମସ୍ତେ ନିଜ ନିଜର ବେଷ୍ଟ୍‌ ଦେବାକୁ ଚେଷ୍ଟା କରିଥିଲୁ। ପ୍ରିଲିମ୍ସରେ ଉତ୍ତର ଦେଇ ଆମେ ଗ୍ରାଣ୍ଡ ଫିନାଲେରେ ପହଞ୍ଚିପାରିଲୁ। ଲୟୋଲା ସ୍କୁଲ, ଡିଏଭି ପୋଖରୀପୁଟ, କଳିଙ୍ଗନଗରଙ୍କ ସହ କମ୍ପିଟିଶନ୍‌ ଟଫ୍‌ ଥିଲା।
– ଡିଏଭି, ସିଡିଏ, ଭୁବନେଶ୍ୱର
ଛୋଟ ଭୁଲ୍‌ ପାଇଁ ପଛକୁ ରହିଗଲୁ
ଖୁସି ତ ଅଲଗା କଥା, ନର୍ଭସ୍‌ନେସ୍‌ ଓ ଡର ଥିଲା। କାରଣ ଯେଉଁ ଜାଗାରେ ଆମେ ଜିତି ପାରିଥାନ୍ତୁ, ସେ ଜାଗାରେ ଛୋଟ ଭୁଲ ପାଇଁ ପଛକୁ ରହିଗଲୁ। ଆମେ ଭୁଲ୍‌ କରୁ ଆଉ ତା’ଠୁ ଶିଖୁ ମଧ୍ୟ। ଆଜିର ଭୁଲ୍‌ ବହୁତ କିଛି ଶିକ୍ଷା ଦେଲା। ଆଗକୁ କୌଣସି ପ୍ରତିଯୋଗିତାକୁ ଗଲେ ଯେତେବେଳେ ଆମେ ଜିତିବା ସ୍ଥାନରେ ରହିଥିବୁ, ସେତେବେଳେ କିଛି ବଡ ରିସ୍କ ନେବୁନୁ। କିନ୍ତୁ ପୁରା ଟିମ୍‌ର ଭଲ ଅନୁଭୁତି ରହିଲା।
– ଲୟୋଲା, ଭୁବନେଶ୍ୱର
ଲାଷ୍ଟ ମୋମେଣ୍ଟରେ ଛକା ମାରିଦେଲୁ
ପ୍ରଥମରୁ କଷ୍ଟ ଥିଲା। ପରେ ପଜଲ୍‌ ଆରମ୍ଭ ହେଲା। ଟିକେ କସରତ କରିଥିଲେ ଆହୁରି ଭଲ ହୋଇପାରିଥାନ୍ତା। ତଥାପି ବହୁତ ଖୁସି ଲାଗୁଛି। ପ୍ରଶ୍ନ ବହୁତ କଷ୍ଟ ଥିଲା। ଆମେ ଆଶା କରି ନ ଥିଲୁ ପାଇବୁ ବୋଲି। କିନ୍ତୁ ଲାଷ୍ଟ ମୋମେଣ୍ଟରେ ଆମେ ଛକା ମାରିଦେଲୁ। ଆରମ୍ଭରୁ ଯେତେବେଳେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇଦେଲୁ ତା’ ପରେ କନଫିଡେନ୍ସ ଆସିଗଲା।
-ବ୍ଲେସ୍‌ଡ ସାକ୍ରାମେଣ୍ଟ, ପୁରୀ

ରିଲାକ୍ସ ଦେଲା ଆୟୁଷଙ୍କ ବିଟ୍‌ ବକ୍ସିଂ

କୁଇଜ୍‌ର ଟେନ୍‌ସନ୍‌ ମାହୋଲରେ ରିଲାକ୍ସ ଆଣିଥିଲା ଆୟୁଷଙ୍କ ବିଟ୍‌ ବକ୍ସିଂ। ଓଡ଼ିଆ, ଇଂଲିଶ ଓ ହିପହପ୍‌ ଭଳି ଧ୍ୱନିରେ ସେ ଉପସ୍ଥିତ ଦର୍ଶକ ଓ ପ୍ରତିଯୋଗୀଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ କହିଥିଲେ, ପ୍ରଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ବହୁତ ଖୁସି ଲାଗୁଛି। ଆଶା କରୁଛି ପିଲାଙ୍କ ଚାପ କିଛି ମାତ୍ରାରେ ହାଲୁକା କରି ପାରିଛି। ଆଗକୁ କ’ଣ ହେବ ତା’ ନ ଭାବି ବର୍ତ୍ତମାନକୁ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri