୨୯ ସେପ୍ଟେମ୍ବରରୁ ୨ୟ ପ୍ରୋପ୍ୟାକ୍‌ ଓଡ଼ିଶା

ଭୁବନେଶ୍ୱର,୨୩।୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଶିଳ୍ପ ସଂଗଠନ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମେ) ଓ ଫ୍ୟୁଚରେକ୍ସର ମିଳିତ ସହଯୋଗରେ ୨ୟ ପ୍ରୋପ୍ୟାକ୍‌ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷକରି ଉକ୍ତ ପ୍ରଦର୍ଶନୀ ୨୦୨୩ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ସହଯୋଗରେ ଉକ୍ତ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏହି ପ୍ରଦର୍ଶନୀ ପୂର୍ବ ଭାରତର ସର୍ବବୃହତ୍‌ ଓ ଓଡ଼ିଶାର ସର୍ବପ୍ରଥମ ପ୍ୟାକେଜିଂ, ପ୍ରିଣ୍ଟିଂ, ଖାଦ୍ୟ ପ୍ରକ୍ରିୟାକରଣ, କନ୍‌ଭର୍ଟିଂ ଓ ପ୍ଲାଷ୍ଟିକ୍‌ ଟେକ୍ନୋଲୋଜି ପ୍ରଦର୍ଶନୀ ହେବ ବୋଲି ଓସ୍‌ମେ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଓସ୍‌ମେ ପକ୍ଷରୁ ଶନିବାର ଭୁବନେଶ୍ୱରର ହୋଟେଲ ଶୀତଲରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଓସ୍‌ମେ ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ମହାସଚିବ ସ୍ବାତ୍ତିକ ସ୍ବାଇଁ, ଅତିରିକ୍ତ ମହାସଚିବ ଅଭିଳାଷ ଦାଶ, ଅର୍ଥ ସଚିବ ଆଦିକନ୍ଦ ରାଉତ, ଓସ୍‌ମେ ଖୋର୍ଦ୍ଧା ଜିଲା ସଭାପତି ସାଲିନ୍‌ ଅଗ୍ରୱାଲ୍‌ ତଥା ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଭ୍ୟ ସମେତ ଫ୍ୟୁଚରଏକ୍ସର ସ୍ବାମୀ ପ୍ରେମ୍‌, ପରିଚାଳନା ନିର୍ଦ୍ଦେଶକ, ନମିତ୍‌ ଗୁପ୍ତା, ନିର୍ଦ୍ଦେଶକ ଓ ମୁବାସିର ଇଲାହି, ପ୍ରକଳ୍ପ ମୁଖ୍ୟ ଉପସ୍ଥିତ ଥିଲେ।
ସେହିଭଳି ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଓ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ମନ୍ତ୍ରୀ ତଥା ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ। ଉକ୍ତ ପ୍ରଦର୍ଶନୀରେ ଦେଶ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନେ ଯୋଗଦେବେ। ଯେହେତୁ ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ସାମଗ୍ରୀର ଷ୍ଟଲ୍‌ ରହୁଛି ବିଶେଷକରି ଫୁଡ୍‌, ଡ୍ରିଙ୍କ୍‌, ଫାର୍ମା, କସ୍‌ମେଟିକ୍ସ, ପ୍ୟାକେଜିଂ, ପ୍ରିଣ୍ଟିଂ, ପ୍ଲାଷ୍ଟିକ୍‌ ସାମଗ୍ରୀ, ବ୍ୟକ୍ତିଗତ ଓ ପାରିବାରିକ ସାମଗ୍ରୀର ପ୍ରୋସେସିଂ ତଥା ପାରିବାରିକ ଏବଂ ଅଂଶୀଦାରମାନଙ୍କର ସମାଗମ ହେବ। ଉକ୍ତ ପ୍ରଦର୍ଶନୀରେ ୨୫୦ ରୁ ଅଧିକ ଷ୍ଟଲ୍‌ ରହିବ। ଯେହେତୁ ଉକ୍ତ ପ୍ରଦର୍ଶନୀରେ ଶିଳ୍ପଭିଭିକ ତଥା ଗୃହୋପକରଣ ସାମଗ୍ରୀ ପ୍ରଦର୍ଶିତ ହେବ ଏବଂ ଦୈନିକ ୨୫୦୦ରୁ ଊର୍ଦ୍ଧ୍ୱ ଦର୍ଶକ ସମାଗମ ହେବାର ଅନୁମାନ କରାଯାଉଛି। ସେହିପରି ପ୍ରଦର୍ଶନୀ ବ୍ୟତୀତ ପ୍ରତ୍ୟେକ ଦିନ ଏମ୍‌ଏସ୍‌ଏମ୍‌ଇ ସମ୍ପର୍କିତ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଏହି ବି ଟୁ ବି ପ୍ରଦର୍ଶନୀ ଶିଳ୍ପାନୁଷ୍ଠାନଗୁଡିକ ଲାଗି ବାଣିଜି୍ୟକ ପ୍ଲାଟ୍‌ଫର୍ମ ସୃଷ୍ଟି କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଓସ୍‌ମେ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ…

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

ବର୍ଷାରେ ଭିଜିବ ଉପକୂଳ ଓଡିଶା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…

ଭୁବନେଶ୍ୱର, ୨୨।୨: ବଦଳିପାରେ ରାଜ୍ୟର ପାଣିପାଗ। ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ହୋଲି ପୂର୍ୱରୁ ବଡ଼ ଉପହାର; ରାଜ୍ୟ ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଭୋଗୀଙ୍କ ବଢିକି ଆସିବ ଦରମା

ନୂଆଦିଲ୍‌ଲୀ,୨୨।୨: ହୋଲି ପୂର୍ୱରୁ ଖୁସି ଖବର। ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଧାରୀଙ୍କ ବଢିବ ଦରମା-ଭତ୍ତା। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri