ଯୁକ୍ତ୨ ପ୍ରାକ୍ଟିକାଲ: ୨୯ ସୁଦ୍ଧା କେନ୍ଦ୍ରରେ ପହଞ୍ଚତ୍ବ ପରୀକ୍ଷା ଉପକରଣ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବ। ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଫେବୃୟାରୀ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏ ଚାଲିବ। ପରୀକ୍ଷା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି ପରିଷଦ। ତେଣୁ ପ୍ରାକ୍ଟିକାଲ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ମାଟେରିଆଲ୍ସ ବା ଉପକରଣ (ପ୍ରଶ୍ନପତ୍ର, ଖାଲି ଉତ୍ତର ଖାତା ଓ ଅନ୍ୟାନ୍ୟ) ଆସନ୍ତା ୨୪ ତାରିଖ ସକାଳୁ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରୁ ଯୋଗାଣ ଆରମ୍ଭ ହେବ। ୨୯ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ଏହା ପହଞ୍ଚତ୍ବ। ଏ ନେଇ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ସମସ୍ତ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ଏବଂ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି। ସିଏଚ୍‌ଏସ୍‌ଇ ଅଧିକାରୀମାନେ ଅଫିସ ସମୟ ପରେ ମଧ୍ୟ ଶିକ୍ଷାନୁଷ୍ଠାନରେ ପହଞ୍ଚତ୍ପାରନ୍ତି। ତେଣୁ ୨୪ରୁ ୨୯ତାରିଖ ମଧ୍ୟରେ ଅଧ୍ୟକ୍ଷମାନେ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ମାଟେରିଆଲ୍ସକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବେ। ସେହିପରି ସମସ୍ତ ମାଟେରିଆଲ୍ସକୁ ଠିକ୍‌ ଭାବେ ତଦାରଖ ଏବଂ ଗଣିକରି ଅଧ୍ୟକ୍ଷମାନେ ରଖିବେ। କମ୍‌ ଥିଲେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇବେ। ସମସ୍ତ ପ୍ରଶ୍ନପତ୍ର ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଏବଂ ଅଧ୍ୟକ୍ଷଙ୍କ ସୁପରଭିଜନରେ ସିସିଟିଭି ନଜରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ। ସେପଟେ ଆସନ୍ତା ୩୧ ତାରିଖ ସୁଦ୍ଧା କ୍ୱାର୍ଟର ଏଣ୍ଡ୍‌ ପରୀକ୍ଷାର ମାର୍କ ସାମ୍ସ ପୋର୍ଟାଲରେ ଅପ୍‌ଲୋଡ୍‌ କରିବା ପାଇଁ ସିଏଚ୍‌ଏସ୍‌ଇ ଶନିବାର ସମସ୍ତ ଉଚ୍ଚ ମାଧ୍ୟମିକ ଶିକ୍ଷା ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇଛି। ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନ କରି ଓ କୌଣସି ବୈଷୟିକ ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ମାର୍କ ଅପ୍‌ଲୋଡ୍‌ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଚିଠିରେ କୁହାଯାଇଛି।