Categories: ଖେଳ

ଇଶାନ-ଶାର୍ଦ୍ଦୁଳ ବାଦ, ଫେରିଲେ ରୋହିତ-ଅକ୍ଷର

ବିଶାଖାପାଟଣା,୧୯।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ବିଶାଖାପାଟଣାର ଡା ଓ୍ବାଇ ଏସ୍‌ ରାଜଶେଖର ରେଡ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ଦେଖିବାକୁ ମିଳିଛି। ଛୁଟିରେ ଥିବା ଅଧିନାୟକ ରୋହିତ ଶର୍ମା ଏବଂ ଅକ୍ଷର ପଟେଲ ଦଳକୁ ଫେରିଥିବା ବେଳେ ଇଶାନ କିଶନ ଏବଂ ଶାର୍ଦ୍ଦୁଳ ଠାକୁର ବାଦ୍‌ ପଡ଼ିଛନ୍ତି। ସେହିଭଳି ଅଷ୍ଟ୍ରେଲିଆ ଟିମ୍‌ରେ ମଧ୍ୟ ଗ୍ଲେନ ମାକ୍ସଓ୍ବେଲ୍‌ ଏବଂ ଜୋସ୍‌ ଇଂଲିସ ବାଦ୍‌ ପଡ଼ିଥିବା ବେଳେ ଆଲେକ୍ସ କେରି ଏବଂ ନାଥନ ଏଲିସ୍‌ ଦଳକୁ ଫେରିଛନ୍ତି।

ଅଷ୍ଟ୍ରେଲିଆ ଏକାଦଶ – ଟ୍ରାଭିସ ହେଡ୍‌, ମିଚେଲ ମାର୍ଶ, ଷ୍ଟିଭ୍‌ ସ୍ମିଥ (ଅଧିନାୟକ), ମାର୍ନସ ଲାବୁସାଗ୍ନେ, ଆଲେକ୍ସ କେରି (ଉଇକେଟକିପର), କ୍ୟାମେରନ ଗ୍ରୀନ, ମାର୍କସ ଷ୍ଟୋଇନିସ, ସିଆନ ଆବୋଟ୍ଟ, ନାଥାନ ଏଲିସ, ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା

ଟିମ ଇଣ୍ଡିଆ ଏକାଦଶ- ରୋହିତ ଶର୍ମା (କ୍ୟାପଟେନ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ ରାହୁଲ (ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି

Share