Categories: ବାଣିଜ୍ୟ

ଆଇଡିଏଫ୍‌ସିର ୨ ଡିବିୟୁ ଶୁଭାରମ୍ଭ

ନୂଆଦିଲ୍ଲୀ,୧୯ା୧୦: ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କର ୨ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଡିବିୟୁ) ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଓଡ଼ିଶା କ୍ଷେତ୍ରର କେନ୍ଦୁଝର ଏବଂ ନାଗାଲାଣ୍ଡ କ୍ଷେତ୍ରର ଦିମାପୁରର ଗୋଟିଏ ଲେଖାଏ ୟୁନିଟ୍‌ ସାମିଲ ରହିଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଭିଡିଓ କନ୍‌ଫରେନ୍ସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି କେନ୍ଦୁଝର ଡିବିୟୁରେ ବିଧାୟକ ମୋହନ ମାଝି ଏବଂ ଦିମାପୁର ଡିବିୟୁରେ ମନ୍ତ୍ରୀ ଟେମଜେନ ଇମନା ଆଲଙ୍ଗ ଲଙ୍ଗକୁମାର ଅତିଥି ଭାବେ ଯୋଗଦେଇଥିଲେ। ଏ ସମ୍ପର୍କରେ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କର ମୁଖ୍ୟ (ରିଟେଲ ଓ ଶାଖା ବ୍ୟାଙ୍କିଙ୍ଗ୍‌) ସୁମିତ ମଦନ କହିଛନ୍ତି, ବ୍ୟାଙ୍କର ଉଭୟ ଦିମାପୁର ଓ କେନ୍ଦୁଝରଠାରେ ଡିବିୟୁ ୟୁନିଟ୍‌ ଖୋଲିଥିବାରୁ ଆମେ ବେଶ୍‌ ଆନନ୍ଦିତ। ବିଶେଷକରି ଏହି ଡିବିୟୁଗୁଡ଼ିକ ବ୍ୟାପକ ଡିଜିଟାଲ ରେଞ୍ଜର ଉପତ୍ାଦ ଓ ସେବା ପ୍ରଦାନ କରିବ।

Share