କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯୯ ଆକ୍ରାନ୍ତ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୬ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୮୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୦ ଜଣ ସଂକ୍ରମିତ ରହିଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୭, ବରଗଡରୁ ୮, ଭଦ୍ରକରୁ ୨, ବଲାଙ୍ଗୀରରୁ ୫, କଟକରୁ ୧୬, ଦେବଗଡରୁ ୨, ଗଜପତିରୁ ୩, ଗଞ୍ଜାମରୁ ୫, ଜଗତ୍‌ସିଂପୁରରୁ ୩, ଯାଜପୁରରୁ ୪, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୩୯, କୋରାପୁଟରୁ ୧ ଚିହ୍ନଟ ହୋଇଥିବା ବେଳେ ମୟୁରଭଞ୍ଜରୁ ୭, ନବରଙ୍ଗପୁରରୁ ୪ ଜଣ ରହିଛନ୍ତି। ସେହିପରି ନୟାଗଡରୁ ୯, ନୂଆପଡାରୁ ୩, ପୁରୀରୁ ୧୦, ସମ୍ବଲପୁରରୁ ୪, ସୋନପୁରରୁ ୨, ସୁନ୍ଦରଗଡରୁ ୪୧ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୮ ଜଣ ରହିଛନ୍ତି।