ଏକଦା ସଲମାନଙ୍କ ସହ ଫିଲ୍ମ କରିଥିଲେ ଏସବୁ ଅଭିନେତ୍ରୀ: ଆଜି ମିଳୁନି ଖୋଜ ଖବର

ବଲିଉଡର ‘ଦବଙ୍ଗ’ ଅଭିନେତା ସଲମାନ ଖାଁ ସହ କିଏ କାମ କରିବାକୁ ନ ଚାହିଁବ। ପ୍ରତ୍ୟେକ ଅଭିନେତ୍ରୀ ତାଙ୍କ ସହିତ ଫିଲ୍ମରେ କାମ କରିବାକୁ ଇଚ୍ଛା ରଖିଥାନ୍ତି। ତେବେ ଅନେକ ଅଭିନେତ୍ରୀଙ୍କ ସହିତ କାମ କରି ସଲମାନ ସେମାନଙ୍କ ଭାଗ୍ୟ ବଦଳାଇ ଥିବା ବେଳେ କେତେକଙ୍କ ସହ କାମ କରିବା ପରେ ସେମାନେ ଅଜ୍ଞାତ ହୋଇଯାଇଛନ୍ତି। ଜାଣନ୍ତୁ ଏପରି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ସଲମାନଙ୍କ ସହ କାମ କରିଥିଲେ ମଧ୍ୟ ଆଜି ଦର୍ଶକ ସେମାନଙ୍କୁ ଭୁଲି ଯାଇଛନ୍ତି।

ପୂଜା ଦାଦୱାଲ

୧୯୯୫ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଭେରାଗାଟୀ’ରେ ପୂଜା ଦାଦୱାଲ ସଲମାନଙ୍କ ସହ କାମ କରିଥିଲେ। ଏହା ବ୍ୟତୀତ ସେ ଆହୁରି ଦୁଇ-ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ କିନ୍ତୁ ସେ ବଲିଉଡରେ ବିଶେଷ ମାନ୍ୟତା ପାଇପାରି ନ ଥିଲେ।

ରମ୍ଭା

ସାତୋଟି ଭାଷାରେ ଫିଲ୍ମ କରିଥିବା ଅଭିନେତ୍ରୀ ରମ୍ଭା ମଧ୍ୟ ସଲମାନଙ୍କ ସହ କାମ କରିଥିଲେ। ୧୯୯୭ରେ, ଏହି ଯୋଡି ‘ଜୁଡୱା’ରେ ଏବଂ ୧୯୯୮ରେ’ ବାନ୍ଧନ ନଜର ଆସିଥିଲେ। ତାମିଲ, ତେଲୁଗୁ, ଭୋଜପୁରୀ, ହିନ୍ଦୀ, କନ୍ନଡ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ କାମ କରିବା ପରେ ରମ୍ଭା ୨୦୧୭ରେ, ସେ ଏକ ଟିଭି ରିଆଲିଟି ଶୋରେ ଅଭିନୟ କରିଥିଲେ। ବର୍ତ୍ତମାନ ସେ ଏସବୁଠାରୁ ଦୂରରେ।

ଚାନ୍ଦନୀ
ସଲମାନଙ୍କ ସହ ଫିଲ୍ମ ‘ସନମ ବେୱାଫା’ରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ପ୍ରକୃତ ନାମ ନିବେଦିତା ଶର୍ମା। ଅଳ୍ପ କିଛି ଚଳଚ୍ଚିତ୍ର କରିବା ପରେ ହିଁ ଚାନ୍ଦନୀ ବଲିଉଡରୁ ନିଜକୁ ଦୂରେଇ ରଖିଥିଲେ। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ହାହାକାର’ ଯାହା ୧୯୯୬ ରେ ମୁକ୍ତିଲାଭ କରିଥିଲା। ବିବାହ ପରେ ଚାନ୍ଦନୀ ବିଦେଶ ଯାଇଥିଲେ। କୁହାଯାଏ ଯେ, ସେ ସେଠାରେ ନୃତ୍ୟ ଶିଖୁଛନ୍ତି।

ରେଣୁ ଆର୍ଯ୍ୟ

ଫିଲ୍ମ ‘ବିବି ହୈ ତୋ ଏସି’ ରେ ରେଣୁ ସଲମାନଙ୍କ ବିପକ୍ଷରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଫାରୁଖ ଶେଖ ଏବଂ ରେଖା ରହିଥିଲେ। ଏହି ଚଳଚ୍ଚିତ୍ର ସହିତ ସଲମାନ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଦୁଇଟି ଚଳଚ୍ଚିତ୍ର କରିବା ପରେ କାମ ଛାଡିଦେଇଥିଲେ। ଆଶ୍ଚର୍ଯ୍ୟର କଥା, ଏତେ ବର୍ଷ ପରେ ମଧ୍ୟ କାହାରିକୁ ରେଣୁଙ୍କ ଖବର ଜଣାନାହିଁ।

କାଞ୍ଚନ

ଚାନ୍ଦନୀଙ୍କ ବ୍ୟତୀତ କାଞ୍ଚନ ସଲମାନ ଖାନଙ୍କ ସହ ‘ସନମ ବେୱାଫା’ରେ ମଧ୍ୟ ନଜର ଆସିଥିଲେ। କାଞ୍ଚନ ହିନ୍ଦୀ ବ୍ୟତୀତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। କାଞ୍ଚନ ଅକ୍ଷୟ କୁମାରଙ୍କ ‘ଅମାନତ’ ଏବଂ ଗୋବିନ୍ଦାଙ୍କ ‘କୁଲି ନମ୍ବର ୱାନ’ରେ ମଧ୍ୟ ନଜର ଆସିଥିଲେ। କିନ୍ତୁ ତା’ପରେ ହଠାତ୍‌ କାଞ୍ଚନ ଫିଲ୍ମରେ କାମ କରିବା ବନ୍ଦ କରିଦେଲେ ଏବଂ ବର୍ତ୍ତମାନ ତାଙ୍କ ବିଷୟରେ କୌଣସି ଖବର ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri