ମାଟିରେ ମିଶିଲା ୨୯୬ ବର୍ଷାଜଳ ଅମଳ ପ୍ରକଳ୍ପ

ନବରଙ୍ଗପୁର,୨୦।୫(ବି.ପ୍ର.): କରୋନା କାଳରେ ଜୀବିକା ହରାଇଥିବା ସହରାଞ୍ଚଳର ଶ୍ରମିକ ଓ ଏସ୍‌ଏଚ୍‌ଜି ମହିଳାଙ୍କୁ କାମ ଯୋଗାଇବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା(ମୁକ୍ତା) କାର୍ଯ୍ୟକାରୀ କରିଥିଲେ। ତେବେ ଏହି ଯୋଜନାରେ ନବରଙ୍ଗପୁର ପୌରାଞ୍ଚଳରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଅଧାରୁ ଅଧିକ ପ୍ରକଳ୍ପ ଏବେ ଖୋଜିଲେ ମିଳୁ ନ ଥିବା ବେଳେ ଅଧିକାଂଶ ମାଟିରେ ମିଶିଗଲାଣି। ସେହିଭଳି କିଛି ପ୍ରକଳ୍ପ ମନଇଚ୍ଛା ଏଣେତେଣେ ନିର୍ମାଣ କରିଥିବାରୁ କୌଣସି ଫଳପ୍ରଦ ହେଉ ନ ଥିବା ଅଭିଯୋଗ ଆସିଛି। ନବରଙ୍ଗପୁର ପୌରପାଳିକାର ଦଶହରାପଦା ସାହି ଓ ମହିଳା ମହାବିଦ୍ୟାଳୟ ସମ୍ମୁଖ ଶ୍ମଶାନ ଘାଟରେ ନିର୍ମାଣ ହୋଇଥିବା ବର୍ଷାଜଳ ଅମଳ ପ୍ରକଳ୍ପ ଏବଂ ୪ ନମ୍ବର ଓ୍ବାର୍ଡସ୍ଥିତ ଏକ ସ୍କୁଲ ପାଚେରି ଭିତରେ ହୋଇଥିବା ପ୍ରକଳ୍ପକୁ ଦେଖିଲେ ସହଜରେ ଅନୁମେୟ। ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ପ୍ରକଳ୍ପଗୁଡିକ କାର୍ଯ୍ୟରେ ଆସିବା ପୂର୍ବରୁ ମାଟିରେ ମିଶିଲାଣି ତ ଆଉ କେଉଁଠି ଗଛଲତା ମାଡ଼ିଗଲାଣି। କେଉଁଠି ପ୍ରକଳ୍ପର ଚିହ୍ନ ମଧ୍ୟ ନାହିଁ। ପୌରାଞ୍ଚଳବାସୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଥିବାବେଳେ ପୋରାଧ୍ୟକ୍ଷ ମଧ୍ୟ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l
ନବରଙ୍ଗପୁର ପୌରାଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇବା ସହ ନିମ୍ନଗାମୀ ଭୂତଳ ଜଳସ୍ତରରୁ ଊର୍ଦ୍ଧ୍ୱାଭିମୁଖୀ କରିବାକୁ ମୁକ୍ତା ଯୋଜନାରେ ବର୍ଷାଜଳ ଅମଳ ପ୍ରକଳ୍ପ କରାଯାଇଥିଲା। ସରକାରୀ ତଥ୍ୟ ଅନୁଯାୟୀ, ନବରଙ୍ଗପୁର ପୌରାଞ୍ଚଳରେ ୨ଟି ପର୍ଯ୍ୟାୟରେ ୩୩୦ ପ୍ରକଳ୍ପ ନିମନ୍ତେ ୮୦ ଲକ୍ଷ ୩ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ସେଥିମଧ୍ୟରୁ ପୌରାଞ୍ଚଳର ୧୭ ୱାର୍ଡର ବିଭିନ୍ନ ସ୍ଥାନରେ ୨ ପର୍ଯ୍ୟାୟରେ ୬୮ ଲକ୍ଷ ୫୭ ହଜାର ଖର୍ଚ୍ଚ ହୋଇ ୨୯୬ଟି ପ୍ରକଳ୍ପ କରାଯାଇଛି। ବଳକା ୩୪ ପ୍ରକଳ୍ପ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଜାଗା ଚିହ୍ନଟ ହୋଇ ନ ଥିବାରୁ କାମ ଆରମ୍ଭ ହୋଇନାହିଁ। ସେ ବାବଦରେ ବର୍ତ୍ତମାନ ପର୍ଯ୍ୟନ୍ତ ପୌରପାଳିକା ଖାତାରେ ୧୪.୭୩ ଲକ୍ଷ ଟଙ୍କା ରହିଛି। ଗୋଟିଏ ପ୍ରକଳ୍ପ ପାଇଁ ସର୍ବନିମ୍ନ ୨୫ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୪୮ଟି ଲେଖାଏ ପିଟ୍‌ ନିର୍ମାଣ କରାଯାଇଥିଲା। ପ୍ରତି ପିଟ୍‌ ୬ ମିଟର ଓ ଗଭୀର ୬ ଫୁଟ୍‌ ଥିଲା। ଯେଉଁ ସ୍ଥାନରେ ପାଣି ଗଡ଼ିଯାଇ ନଷ୍ଟ ହେଉଛି, ସେଠି ଏହି ପିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ୬ ଦିନ ମଧ୍ୟରେ ପିଟ୍‌ ନିର୍ମାଣ କରି ଶ୍ରମିକଙ୍କ ମଜୁରି ବାବଦରେ ପ୍ରତି ପ୍ରକଳ୍ପ ପିଛା ପ୍ରାୟ ୮ ହଜାର ୧୪୨ ଟଙ୍କା ଦେବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ବଳକା ଟଙ୍କା ସିମେଣ୍ଟ, ଇଟା ଆଦି ଅନ୍ୟ ନିର୍ମାଣ ସାମଗ୍ରୀ ବାବଦରେ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଥିଲା। ଅଧିକାରୀମାନେ କିନ୍ତୁ ଏହି ଯୋଜନାରେ ଠିକ୍‌ ସ୍ଥାନ ଚିହ୍ନଟ କଲେନାହିଁ। ଯେଉଁଠି ଖାଲି ପାଇଲେ ସେଠି ପିଟ୍‌ ଖୋଳି ମନଇଚ୍ଛା ପ୍ରକଳ୍ପ କରିଚାଲିଲେ। ସେଥିରୁ ଅଧିକାଂଶ ପିଟ୍‌ ନିର୍ମାଣର କିଛି ମାସ ମଧ୍ୟରେ ହିଁ ପୋତି ହୋଇଯାଇଛି। ପାଚେରି ପାର୍ଶ୍ୱ, ଖୋଲାପଡ଼ିଆ, ଶ୍ମଶାନ ପାଖରେ ପିଟ୍‌ ଖୋଳି ପ୍ରକଳ୍ପ କରିଥିଲେ। କେଉଁଠି ଉଚ୍ଚା ହୋଇଥିବାବେଳେ ଆଉ କେଉଁଠି ପୋତି ହୋଇଯାଇଛି। ନିମ୍ନମାନର କାମ ଯୋଗୁ ଟୋପାଏ ପାଣି ଗ୍ରାଉଣ୍ଡ ରିଚାର୍ଜ ହୋଇପାରୁ ନ ଥିବା ନବରଙ୍ଗପୁର ବାସିନ୍ଦା ସୁବ୍ରତ ମିଶ୍ର, ଦେବଦାସ ମହାକୁଡ଼ ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିଭଳି ଏହି ପ୍ରକଳ୍ପ ନିର୍ମାଣ, କାର୍ଯ୍ୟକାରିତା ଓ ପ୍ରଶାସନର ସ୍ବଚ୍ଛତାକୁ ନେଇ ୪ ନମ୍ବର ଓ୍ବାର୍ଡ କାଉନ୍‌ସିଲର ଶର୍ମିଷ୍ଠା ଦେଓ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ସରକାରୀ ତଥ୍ୟ ଓ ଗ୍ରାଉଣ୍ଡ ଜିରୋର ବାସ୍ତବିକ ତଥ୍ୟ ମଧ୍ୟରେ ତାଳମେଳ ନ ଥିବା ସହ ତାଙ୍କ ୱାର୍ଡରେ କେବଳ ୪ଟି ପିଟ୍‌ ହୋଇଛି। ଏଥିସହ ୫ ନମ୍ବର ୱାର୍ଡରେ ଗୋଟିଏ ବି ପିଟ୍‌ ନିର୍ମାଣ କରାଯାଇ ନ ଥିବା ସେ କହିଛନ୍ତି। ୨୯୬ ବଦଳରେ ମାତ୍ର ୧୦୦ ପିଟ୍‌ ତିଆରି କରାଯାଇ ଟଙ୍କା ଆତ୍ମସାତ୍‌ ହୋଇଛି ବୋଲି ସେ କହିଛନ୍ତି। ଜଳ ସଂରକ୍ଷଣ ଉଦ୍ଦେଶ୍ୟରେ ତିଆରି ହୋଇଥିବା ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ହେଉ ନ ଥିବା ସେ କହିଛନ୍ତି। ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହାର ତଦନ୍ତ କରାଯିବ। ଯଦି କିଏ ଦୋଷୀ ଥିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଟଙ୍କା ଫେରସ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri