ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ ସିଣ୍ଡ୍ରୋମ

ଜୀବାଣୁଜନିତ ଏଇଏସ୍‌ ଯେକୌଣସି ଋତୁରେ ହୋଇପାରେ। ଭୂତାଣୁ ମଧ୍ୟରେ ଜାପାନୀ ଜ୍ୱର, ହରପିସ୍‌, ହାଡ଼ଫୁଟି, ମିଜିଲ୍ସ, ଗାଲୁଆ, ଡେଙ୍ଗୁ ଜ୍ୱର ଇତ୍ୟାଦି ମୁଖ୍ୟ ଭୂମିକା ନିଭେଇଥାନ୍ତି । ଜୀବାଣୁ ମଧ୍ୟରେ ଲେପ୍ଟୋସ୍ପାଇରା ଏବଂ ଯକ୍ଷ୍ମା, କୀଟାଣୁ ଭିତରେ ଆମୋଇବା, ଟକ୍ସୋପ୍ଲାଜମା, ସ୍କ୍ରବଟାଇଫସ୍‌ ଏବଂ ଫିମ୍ପି ମଧ୍ୟରେ କ୍ରିପ୍ଟୋକୋକସ
ମୁଖ୍ୟ । ୫ରୁ ୧୦% କ୍ଷେତ୍ରରେ ଏହାର କୌଣସି କାରଣ ଜଣାପଡ଼େ ନାହିଁ। ଉପରଲିଖିତ କାରଣଗୁଡ଼ିକ ମଧ୍ୟରୁ କିଛିର ଚିକିତ୍ସା ଉପଲବ୍ଧ ଅଛି, କିନ୍ତୁ ଅଧିକନ୍ତୁର ଠିକ୍‌ ଚିକିତ୍ସା ଉପଲବ୍ଧ ନାହିଁ …

ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ (ଏଇଏସ) ରୋଗ ଯେକୌଣସି ବୟସ ଏବଂ ଳିଙ୍ଗର ଲୋକମାନଙ୍କୁ ହୋଇପାରେ। ଏହା ହେଲେ ଜ୍ୱର ହେବା ସହିତ ବାନ୍ତି ଲାଗିବା, ଦେହ ହାତ ଘୋଳାବିନ୍ଧା ହେବା, ଚେତାବୁଡ଼ିବା, ଝଟ୍‌କା ମାରିବା (ମାର୍କି କିମ୍ବା କନଭଲସନ କିମ୍ବା ହାପୁରା), ବାଉଳେଇ ଚାଉଳେଇ ହେବା, ପକ୍ଷାଘାତ ଇତ୍ୟାଦି ଲକ୍ଷଣମାନେ ଦେଖାଦେଇଥାଏ। ଏହା ମୁଖ୍ୟତଃ ୬ ଗୋଟି କାରଣ (୧) ଭୂତାଣୁଜନିତ (ଭାଇରାଲ), (୨) ଜୀବାଣୁଜନିତ(ବ୍ୟାକଟେରିଆଲ), (୩) କୀଟାଣୁଜନିତ(ପାରାସାଇଟ୍‌), (୪) ଫିମ୍ପିଜନିତ(ଫନାଲ୍‌), (୫) ଅନ୍ୟାନ୍ୟ (ହାଇପୋଗ୍ଲାଇସେମିଆ, ସନ୍‌ଷ୍ଟ୍ରୋକ୍‌, ଶରୀରରେ ଇଲେକ୍ଟ୍ରୋଲାଇଟ୍‌ର ମାତ୍ରା କମିବା, ଜୀବ ବିଷ ଜନିତ), (୬) କାରଣ ଜଣା ନାହିଁ (୫ରୁ ୧୦%) ପାଇଁ ହୋଇଥାଏ। ଭୂତାଣୁଜନିତ ଏଇଏସ୍‌ ମୁଖ୍ୟତଃ ଗ୍ରୀଷ୍ମ ଶେଷ ଅଥବା ବର୍ଷା ଆରମ୍ଭରେ ଦେଖାଦେଇଥାଏ (ଗ୍ରୀଷ୍ମଋତୁ ମଝିରେ ଅସରାଏ ବର୍ଷା ଏହି ରୋଗ ପାଇଁ ମୁଖ୍ୟତଃ ଦାୟୀ)। ଜୀବାଣୁଜନିତ ଏଇଏସ୍‌ ଯେକୌଣସି ଋତୁରେ ହୋଇପାରେ। ଭୂତାଣୁ ମଧ୍ୟରେ ଜାପାନୀ ଜ୍ୱର, ହରପିସ୍‌, ହାଡଫୁଟି, ମିଜିଲ୍ସ, ଗାଲୁଆ, ଡେଙ୍ଗୁ ଜ୍ୱର ଇତ୍ୟାଦି ମୁଖ୍ୟ ଭୂମିକା ନିଭେଇଥାନ୍ତି। ଜୀବାଣୁ ମଧ୍ୟରେ ଲେପ୍ଟୋସ୍ପାଇରା ଏବଂ ଯକ୍ଷ୍ମା, କୀଟାଣୁ ଭିତରେ ଆମୋଇବା, ଟକ୍ସୋପ୍ଲାଜମା, ସ୍କ୍ରବଟାଇଫସ୍‌ ଏବଂ ଫିମ୍ପି ମଧ୍ୟରେ କ୍ରିପ୍ଟୋକୋକସ ମୁଖ୍ୟ। ୫ରୁ ୧୦% କ୍ଷେତ୍ରରେ ଏହାର କୌଣସି କାରଣ ଜଣାପଡ଼େ ନାହିଁ। ଉପରଲିଖିତ କାରଣମାନଙ୍କ ମଧ୍ୟରୁ କିଛିର ଚିକିତ୍ସା ଉପଲବ୍ଧ ଅଛି, କିନ୍ତୁ ଅଧିକନ୍ତର ଠିକ୍‌ ଚିକିତ୍ସା ଉପଲବ୍ଧ ନାହିଁ। ଏହି କ୍ଷେତ୍ରରେ ରୋଗୀର ଭାଇଟାଲ୍ସକୁ (ପଲ୍ସ, ରକ୍ତଚାପ, ନିଃଶ୍ୱାସ ପ୍ରଶ୍ୱାସ, ହାର୍ଟ ରେଟ୍‌) ସମ୍ଭାଳିକି ରଖିବା ସହିତ ରୋଗର ଲକ୍ଷଣମାନଙ୍କୁ ଲକ୍ଷ୍ୟ କରି ଚିକିତ୍ସା କରାଯାଏ। ଏହି ରୋଗରେ ମୃତ୍ୟୁର ମାତ୍ରା ୦%-୨୫% ପର୍ଯ୍ୟନ୍ତ ହୋଇପାରେ। ଏହି ରୋଗ ମୁଖ୍ୟତଃ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ କ୍ଷେତ୍ରରେ ଦେଖାଦେଇଥାଏ। କାହିଁକି ନା ଦାରିଦ୍ର୍ୟ ଏବଂ ପୁଷ୍ଟିହୀନତା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦେଇଥାଏ, ଯଦ୍ଦ୍ବାରା ଉପରୋକ୍ତ ଜୀବାଣୁ/ ଭୂତାଣୁ/କୀଟାଣୁ/ଅନ୍ୟାନ୍ୟ ଶରୀରକୁ ଆକ୍ରାନ୍ତ କରିନେଇଥାନ୍ତି।
ବର୍ତ୍ତମାନ ଏହି ରୋଗ ବିହାର ରାଜ୍ୟର ମୁଜାଫରପୁରରେ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏଥିରେ ଏ ପର୍ଯ୍ୟନ୍ତ ପ୍ରାୟ ୧୦୫ରୁ ଊର୍ଦ୍ଧ୍ୱ ଶିଶୁ ମୃତ୍ୟୁବରଣ କରିସାରିଲେଣି ଏବଂ ସମସ୍ତଙ୍କର ବୟସ ୧୦ ବର୍ଷରୁ କମ୍‌। ୨୦୦୦ ମସିହାରୁ ୨୦୧୮ ପର୍ଯ୍ୟନ୍ତ ପ୍ରାୟ ୨୦୦୦ରୁ ଅଧିକ ଶିଶୁ ଏହି ରୋଗରେ ମୃତ୍ୟୁବରଣ କରିସାରିଲେଣି। ଏହି ଶିଶୁମାନଙ୍କର ରକ୍ତ ନମୁନାରୁ କିଛି ବି ଜୀବାଣୁ ଅଥବା ଭୂତାଣୁ ଅଥବା କୀଟାଣୁ ଥିବା ପ୍ରମାଣ ବି ମିଳିପାରୁ ନାହିଁ। କିଛି ଗବେଷଣାକାରୀଙ୍କ ମତାନୁସାରେ ଲିଚୁକୋଳି ଏହି ରୋଗ ପାଇଁ ମୁଖ୍ୟତଃ ଦାୟୀ। କିନ୍ତୁ ଅନ୍ୟ କିଛି ଗବେଷଣାକାରୀଙ୍କ ମତାନୁସାରେ ଖାଲିପେଟରେ ପ୍ରଚୁର ମାତ୍ରାରେ ଲିଚୁକୋଳି ଖାଇବା ସହିତ ପୁଷ୍ଟିହୀନତା ଏବଂ ପ୍ରଖର ସୂର୍ଯ୍ୟଙ୍କ ପ୍ରକୋପ (ସନ୍‌ଷ୍ଟ୍ରୋକ୍‌) ଏହାର ମାତ୍ରାକୁ ବଢ଼ାଇଦେଇଛି। ନଚେତ ଯେତେ ଶିଶୁ ଲିଚୁକୋଳି ଖାଉଛନ୍ତି ସମସ୍ତଙ୍କୁ ହୁଅନ୍ତା ଏବଂ ଆମେମାନେ ମଧ୍ୟ ବିହାରରୁ ଆମଦାନୀ ହେଉଥିବା ଲିଚୁକୋଳି ଖାଉଛୁ କିନ୍ତୁ ଆମ୍ଭମାନଙ୍କର କିଛି ଅସୁବିଧା ହେଉନାହିଁ। ଲାନ୍‌ସେଟ୍‌ ଗ୍ଲୋବାଲ ହେଲଥ୍‌ ୨୦୧୭ (Lancet Global Health, a renowned mod journal) ଏହି ରୋଗର କାରଣ ସମ୍ବନ୍ଧରେ କିଛିଟା ଟିପ୍ପଣୀ ଦେଇଛନ୍ତି। ତାଙ୍କ ଅନୁସାରେ ଲିଚୁକୋଳିରେ ମିଥିଲିନ୍‌ ସାଇକ୍ଲୋପ୍ରୋପାଇଲ ଗ୍ଲାଇସିନ (ଏମ୍‌ସିପିଜି) ନାମରେ ଏକ ରସାୟନ ପଦାର୍ଥ ଥାଏ, ଯାହାର କାମ ଶରୀରରେ ଶର୍କରା ତିଆରି କରିବା ପ୍ରଣାଳୀକୁ କମାଇ ଦେଇଥାଏ ଅଥବା ବନ୍ଦ କରିଦେଇଥାଏ। ଯଦି କୌଣସି ଲୋକ ଖାଲିପେଟରେ ପ୍ରଚୁର ମାତ୍ରାରେ ଲିଚୁକୋଳି ଖାଇଥାଏ, ଏଥିରେ ଥିବା ଏମ୍‌ସିପିଜି ରସାୟନ ଶରୀରରୁ ଶର୍କରାର ମାତ୍ରା କମାଇଦେଇଥାଏ, ଯାହାକୁ ଡାକ୍ତରୀ ଭାଷାରେ ‘ହାଇପୋଗ୍ଲାଇସେମିଆ’ କୁହାଯାଏ। ଖାଲି ପେଟରେ ଏମିତି ବି ଶରୀରର ଶର୍କରା ମାତ୍ରା କମ ଥାଏ ଏବଂ ଶରୀର ଚେଷ୍ଟା କରେ ଶର୍କରା ତିଆରି କରିବା ପାଇଁ, କିନ୍ତୁ ଲିଚୁକୋଳିର ଏମ୍‌ସିପିଜି ଏହି ପ୍ରଣାଳୀକୁ କମାଇଦିଏ, ତଦ୍ଦ୍ବାରା ଶର୍କରା ମାତ୍ରା ଅତ୍ୟଧିକ କମିଯାଏ ଏବଂ ମସ୍ତିଷ୍କରେ ଅସୁବିଧା ଘଟିଥାଏ। ଦାରିଦ୍ର୍ୟ ଏବଂ ପୁଷ୍ଟିହୀନତାରେ ରହୁଥିବା ଲୋକମାନଙ୍କର ଏପରି କି ଶରୀରରେ ଶର୍କରାର ମାତ୍ରା କମ୍‌ ଥାଏ ଏବଂ ଉପରୋକ୍ତ କାରଣ ପାଇଁ ଏହା ଆହୁରି କମିଯାଏ ଏବଂ ଲକ୍ଷଣ ଦେଖାଦିଏ।
ତେଣୁ ଏହି ରୋଗରେ ଶର୍କରା ଶରୀରରେ ଦେବା ଦ୍ୱାରା ସ୍ବାସ୍ଥ୍ୟରେ ଉନ୍ନତି ହୁଏ, କିନ୍ତୁ ଏହା ସଙ୍ଗେ ସଙ୍ଗେ ଠିକ୍‌ ହେବା ଦରକାର, କାହିଁକି ନା ଅଧଘଣ୍ଟାରୁ ଅଧିକ ସମୟ ହାଇପୋଗ୍ଲାଇସେମିଆ ଜୀବନ ନେଇପାରେ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷଣ ଦେଖିବା କ୍ଷଣି ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ପହଞ୍ଚିବା ଏକମାତ୍ର ବିକଳ୍ପ। ଏହା ଉପରେ ଆହୁରି ଗବେଷଣା ଚାଲୁଅଛି।
ବିହାର ଏବଂ ଉତ୍ତରପ୍ରଦେଶ ବ୍ୟତୀତ ଏହା ଆସାମ, ଝାଡଖଣ୍ଡ, ମଣିପୁର ଏବଂ ଓଡିଶା ସମେତ ୧୭ଟି ରାଜ୍ୟରେ ଏହା ଅଳ୍ପ କିଛି ମାତ୍ରାରେ ଦେଖାଦେଇଛି। ୨୦୧୮ ମସିହାରେ ସର୍ବମୋଟ ୧୦୪୮୫ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୬୩୨ ଜଣ ପ୍ରାଣ ହରାଇସାରିଲେଣି।

ଡା. ନିହାର ରଞ୍ଜନ ମିଶ୍ର

ସହକାରୀ ପ୍ରାଧ୍ୟାପକ (ଆସିଷ୍ଟାଣ୍ଟ ପ୍ରଫେସର), ଭିମ୍‌ସାର, ବୁର୍ଲା, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?