Categories: ଫୁରସତ

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ ଭଲ ପାଆନ୍ତି, ଆଉ କେତେକ ନାଚିବାକୁ ଭଲ ପାଆନ୍ତି। କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଅଜବ ସଉକ ଥାଏ। ଯେତେବେଳେ ବି ଏହି ସଉକଗୁଡ଼ିକ ଦୁନିଆ ସାମ୍ନାକୁ ଆସେ, ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହିପରି ଜଣେ ମହିଳା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ମହିଳାଙ୍କ ନାମ ହେଉଛି ମିଶେଲ। ସେ ଗତ ୧୦ ବର୍ଷ ଧରି କ୍ରମାଗତ ଭାବରେ ରକ୍ତ ପିଉଛନ୍ତି। ସେ କେବଳ ପଶୁମାନଙ୍କର ନୁହେଁ, ମଣିଷର ରକ୍ତକୁ ମଧ୍ୟ ପସନ୍ଦ କରନ୍ତି ଏବଂ ଭବିଷ୍ୟତରେ ସେ ଏହାକୁ ପିଇବା ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି। ଯଦିଓ ଏହା ଅଜବ ଲାଗୁଥାଇପାରେ, କିନ୍ତୁ ବର୍ତ୍ତମାନ ମିସେଲଙ୍କ ପାଇଁ ସବୁକିଛି ସ୍ବାଭାବିକ ହୋଇଛି। ସେ ଜୁସ୍‌, ଚା, କଫି କିମ୍ବା ଅନ୍ୟ କୌଣସି ପାନୀୟ ପରି ରକ୍ତ ପିଉଛନ୍ତି।

ସେ ୨୦୧୩ରେ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ। ଆମେରିକାର କାଲିଫର୍ନିଆର ରହୁଥିବା ୪୦ ବର୍ଷୀୟା ମିଶେଲ ନିଜ କିଶୋର ଅବସ୍ଥାରେ ଗାଈ ଏବଂ ଘୁଷୁରୀର ରକ୍ତ ପିଇବା ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନ ସେ କିଛି ସମୟ ପାଇଁ ମାନବ ରକ୍ତକୁ ଅଧିକ ପସନ୍ଦ କରୁଛନ୍ତି। ତେବେ ପ୍ରକୃତ ମାନବ ରକ୍ତ ପାଇବା ଏତେ ସହଜ ନୁହେଁ ବୋଲି ମହିଳା ଜଣକ କହିଛନ୍ତି। କିନ୍ତୁ ଯେତେବେଳେ ବି ମୁଁ ଏହି ରକ୍ତ ପାଇଥାଏ, ମୁଁ ଏହାକୁ ମୋ’ କଫିରେ ଏକ ବୁଷ୍ଟର୍‌ ଭାବରେ ମିଶାଇ ପିଇଥାଏ।

ନିଶ୍ଚିତ ଭାବରେ ମାନବ ରକ୍ତ ପିଉଛି କିନ୍ତୁ ମୁଁ ଭାମ୍ପାୟାର ନୁହେଁ, ମୋତେ ଏହା ଭଲ ଲାଗେ। ସେଥିପାଇଁ ମୁଁ ଏହା କରୁଛି। ମୁଁ ଦିନରେ ପ୍ରାୟ ଏକ ଲିଟର ରକ୍ତ ପିଉଛି। ବର୍ତ୍ତମାନ ଯଦିଓ ମୋର ଏହି ଅଭ୍ୟାସ ହେତୁ ଲୋକମାନେ ମୋତେ ଭୁଲ ବୁଝନ୍ତି, ଏହା ମୋ ପାଇଁ ଏକ ସାଧାରଣ କଥା। ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ, ଅଳ୍ପ ବୟସରୁ ଆରମ୍ଭ ହୋଇଥିବା ଏହି ନିଶାରୁ ମୁକ୍ତି ପାଇବା ବର୍ତ୍ତମାନ କଷ୍ଟସାଧ୍ୟ ଅଟେ।

Share